ଓମାନ-ୟେମେନରେ ମେକୁନୁ ତାଣ୍ଡବ : ୬ ମୃତ, ୩୦ ନିଖୋଜ

0

ସଲାଲାହ : ଦକ୍ଷିଣପଶ୍ଚିମ ଆରବ ସାଗରର ସାମୁଦ୍ରିକ ଘୂର୍ଣ୍ଣିଝଡ ‘ମେକୁନୁ’ ଓମାନ ଓ ୟେମେନରେ ଶନିବାର ତାଣ୍ଡବ ରଚିଛି। ଝଡ ପ୍ରଭାବରେ ଓମାନ ଏବଂ ୟେମେନରେ ୬ ଜଣ ପ୍ରାଣ ହରାଇଥିବାବେଳେ ୩୦ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ୟେମେନର  ମତ୍ସ୍ୟଜୀବୀମାନେ ଆରବ ସାଗରରେ ମାଛ ଧରୁଥିବାବେଳେ ଝଡ଼ କବଳରେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ଓ ସୁଦାନ ନାଗରିକ ରହିଥିବା ଆଶଙ୍କା କରାଯାଉଛି। ଶନିବାର ସକାଳେ ଘୂର୍ଣ୍ଣିଝଡ ସ୍ଥଳଭାଗ ଛୁଇଁବା ପରେ ଓମାନର ତୃତୀୟ ବୃହତ୍ତମ ସହର ସଲାଲାହ୍‍ରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା। ଘଣ୍ଟାକୁ ୧୭୦-୧୮୦ କିମି ବେଗରେ ପବନ ବୋହୁଥିବାବେଳେ ସହରର ରାସ୍ତାଘାଟ ଗଛପତ୍ରରେ ଆଚ୍ଛାଦିତ ହୋଇପଡିଥିଲା।

Leave A Reply