nua o banner

ବିଷ ପିଇ ବୃଦ୍ଧଙ୍କ ମୃତ୍ୟୁ

BJD Bijuli 480×75 Mob

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ବିଷ ପିଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ବାରି ମାଝି(୭୫)।
ମୃତକଙ୍କ ପୁଅଙ୍କ କହିବାନୁସାରେ, ସବୁଦିନ ଭଳି ପରିବାରର ସମସ୍ତେ ବିଲବାଡ଼ିକୁ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ବାରି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ନିକଟସ୍ଥ କିଛି ଲୋକ ତାଙ୍କୁ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ଆସି ତାଙ୍କୁ ଡାକ୍ତରଖାନା ନେବା ସହ କ’ଣ ହୋଇଛି ବୋଲି ପଚାରିବାରୁ ସନ୍ଧ୍ୟାରେ ବିଷ ପିଇଥିବା ବାରି କହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୩ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କାଶିପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

Comments are closed.