www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ; ବାଜି ମାରିଲା ବିଜେଡ଼ି

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚିନାମାଳିପଶି ପଞ୍ଚାୟତର ବିଜେଡ଼ି ସମିତିସଭ୍ୟ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ଆଜିର ନିର୍ବାଚନରେ ନିର୍ବାଚନ ଅଧିକାରୀ ପାଟଣା ବ୍ଲକ ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ତାଙ୍କୁ ବ୍ଲକ ଅଧ୍ୟକ୍ଷ ଘୋଷଣା କରିଥିଲେ।

ପ୍ରକାଶଯୋଗ୍ୟ, ବିଶ୍ୱନାଥ ବିଜେଡିର ସମର୍ଥକ ବୋଲି ପ୍ରକାଶ କରିଥିବାରୁ ପାଟଣା ବ୍ଲକ ଅଧକ୍ଷ ପଦବୀ ପୁଣି ବିଜେଡି ଖାତାକୁ ଯାଇଛି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ବିଧାୟକ ଭାବେ ନିର୍ବାଚିତ ହେବାରୁ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ଏହି ଦାୟିତ୍ଵ ତୁଲାଇ ଆସୁଥିଲେ। ଏହି ପଦବୀ ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ ସମୟ ଖାଲି ପଡିବା ପରେ ଆଜି ଉପନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ ବ୍ଲକର ମୋଟ ୨୦ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୯ଜଣ ସମିତି ସଭ୍ୟ ଧାର୍ୟ୍ୟ ସମୟରେ ପଞ୍ଚାୟତ ସମିତି ସଭା ଗୃହରେ ଉପସ୍ଥିତ ରହିଥିଲେ। ନିର୍ବାଚନ ଅଧିକାରୀ ଭାବେ ପାଟଣା ବିଡିଓ ଇଶ୍ଵର ଚନ୍ଦ୍ର ନାଏକଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁତ୍ତୋମ ସାହୁ , ବ୍ଲକ ସଂପ୍ରସାରଣ ଅଧିକାରିଣୀ ରଶ୍ମୀରେଖା ମହାନ୍ତିଙ୍କ ଉପସ୍ଥିତିରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅଧ୍ୟକ୍ଷ ପଦ ଘୋଷଣା ହେବାପରେ ବିଶ୍ବନାଥଙ୍କୁ ବିଜୁ ଜନତା ଦଳ ପକ୍ଷରୁ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ବରେ ସମସ୍ତ ସମିତି ସଭ୍ୟ, କିଛି ସରପଞ୍ଚ, ଶତାଧିକ ବିଜେଡୀ କର୍ମୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories