ହୀରାକୁଦ ନଦୀ ବନ୍ଧରେ ଫାଟ : ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ

ଆରଓଭି ଉତ୍ତୋଳିତ ଫଟୋଚିତ୍ରକୁ ଆଧାର କରି ହେବ ବନ୍ଧଫାଟର ମରାମତି

ବୁର୍ଲା :  ପୃଥିବୀ ପ୍ରସିଦ୍ଧ ସର୍ବପୁରାତନ ହୀରାକୁଦ ନଦୀବନ୍ଧରେ ପୁନଃ ଫାଟ ମରାମତି କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ହୀରାକୁଦ ନଦୀବନ୍ଧରେ ଫାଟ ସୃଷ୍ଟି ହେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିବା ବେଳେ ଏହାକୁ ୭କୋଟି ବ୍ୟୟ ଅଟକଳରେ ମରାମତି କରାଯିବା ପାଇଁ ବମ୍ବେର ଏକ କମ୍ପାନିକୁ କାର୍ଯ୍ୟାଦେଶ ଜାରି ହୋଇଥିବା ଜଣାପଡ଼ିଛି। ଏପରିକି ପ୍ରାୟ ଦେଢ଼ବର୍ଷ ସମୟ ଆବିଧି ମଧ୍ୟରେ ଏହି ଫାଟ ବା ହୀରାକୁଦ ନଦୀବନ୍ଧ ତଳେ ରହିଥିବା ଗର୍ତ୍ତମାନଙ୍କୁ ମରାମତି କରାଯିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସେପଟେ ଗତ କିଛି ବର୍ଷ ତଳେ ଆରଭି ମାଧ୍ୟମରେ ଗବେଷକ ମାନେ ଅନେକ ଦିନ ଧରି ହୀରାକୁଦ ନଦୀବନ୍ଧ ମଧ୍ୟରେ କ୍ୟାମେରାରେବ ଫଟୋ ଉତ୍ତୋଳନ କରି ଏହି ଫାଟ ତଥା ଗର୍ତ୍ତ ମାନଙ୍କ ବିଷୟରେ ତଥ୍ୟ କର୍ତ୍ତପକ୍ଷଙ୍କୁ ପ୍ରଦାନ କରିଥିଲେ। ଏହି ପରିପେକ୍ଷିରେ ହୀରାକୁଦ ନଦୀବନ୍ଧର ତଳଭାଗରେ ରହିଥିବା କଂକ୍ରିଟ ବେଷ୍ଟନିରେ ଫାଟ ମାନଙ୍କୁ ମରାମତି ହେବାକୁ ଯାଉଛି।

prayash

ସୁଚନା ଥାଉକି, ଗତ ୧୯୯୦ ମସିହା ପୂର୍ବରୁ ନଦୀବନ୍ଧର ସ୍ପିଲୱେ କଂକ୍ରିଟ ଭାଗରେ ଫାଟ ଦୃଷ୍ଟିଗୋଚର ହୋଇଥିଲା। ହୀରାକୁଦ ନଦୀବନ୍ଧ ସମୀକ୍ଷା ପ୍ୟାନେଲ ଏବଂ ରାଜ୍ୟ ନଦୀବନ୍ଧ ସୁରକ୍ଷା ସମୀକ୍ଷା ପ୍ୟାନେଲ ଏହାର ନିଦାନ ପାଇଁ ସୁପାରିଶ କରିଥିଲେ। ୧୯୯୯ ମସିହାରେ ଫାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ପୂର୍ବରୁ ସେଣ୍ଟ୍ରାଲ ସଏଲ ଏଣ୍ଡ ମ୍ୟାଟେରିଆଲ ରିସାର୍ଚ୍ଚ ଷ୍ଟେସନ, ନୂଆଦିଲ୍ଲୀ ପାଣି ଭିତରୁ ନଦୀବନ୍ଧର ସ୍କାନ କରି ଫାଟଗୁଡ଼ିକର ସ୍ଥିତି ବାବଦରେ ତଥ୍ୟ ସଂଗ୍ରହ କରିଥିଲେ। ରିମୋର୍ଟ ଅପରେଟେଡ଼ ଭେହିକିଲ-ରୋପ୍‍ ଜରିଆରେ ୨୦୧୫-୧୬ରେ ଦୁଇ ପର୍ଯ୍ୟାୟରେ ଏହି ସ୍କାନ କରାଯାଇଥିଲା। ୧୯୫୭ ମସିହାର ବିଶ୍ୱର ପୁରାତନ ଏବଂ ଅନ୍ୟତମ ଦୀର୍ଘତମ ମାଟିବନ୍ଧ ହୀରାକୁଦ ନଦୀବନ୍ଧରେ ୪.୭୮୦ ମିଲିୟନ ଏକଡ଼ ଫୁଟ ଜଳଧାରଣ କ୍ଷମତା ରହିଛି। ସମୁଦାୟ ୯୮ଟି ଫାଟକ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ସେଥିମଧ୍ୟରୁ ୬୪ଟି ସ୍ଲୁଇସ ଏବଂ ୨୪ଟି କେଷ୍ଟ ଫାଟକ ରହିଛି। ଗତବର୍ଷ ଅଗଷ୍ଟ ମାସ ୨୫ ତାରିଖରେ ଏକ ଉଚ୍ଚସ୍ତରୀୟ ଗବେଷକ ଦଳ ମଧ୍ୟରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ପ୍ଳାନିଂ ଆଣ୍ଡ ଡିଜାଇନର ଗୁଣଧର ମିଶ୍ର, ନଦୀବନ୍ଧର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ସୁଧାକର ପତ୍ରୀ, ମୁଖ୍ୟଯନ୍ତ୍ରୀ (ଡ୍ୟାମ୍‍ ସେଫ୍ଟି) ପ୍ରଫୁଲ୍ଲ କୁମାର ସ୍ୱାଇଁ, ନିର୍ଦ୍ଦେଶକ (ଡ୍ୟାମ୍‍ ସେଫ୍ଟି) ଇଂ ଅକ୍ଷୟ କୁମାର ଦାସ, ୟୁଏମବି ମୁଖ୍ୟଯନ୍ତ୍ରୀ ଜେ ରଥ, ବନ୍ଧ ସୁରକ୍ଷା ଉପନିର୍ଦ୍ଦେଶକ ଟି ଆର ପଟ୍ଟନାୟକ, ଏଇଇ ଇଂ ଅଭିଷେକ ମିଶ୍ର, ପ୍ରତୀକ ଦିକ୍ଷୀତ, ଇଂ ନରେଶ ବାରିକ, ଇଂ ସୁରଜ ଯାଜୋଡ଼ିଆ ଏବଂ ହୀରାକୁ୍‍ଦ ମୁଖ୍ୟବନ୍ଧ ବିଭାଗର ତତ୍କାଳିନ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ହୀରାକୁଦ ନଦୀବନ୍ଧର ସ୍ତିତି ଯାଞ୍ଚ କରିଥିଲେ। ପୂର୍ବରୁ ଥିôବା ଫାଟ ମରାମତି ହୋଇଛି ଏବଂ ଏହା ଆଉ ପ୍ରସାରିତ ହୋଇନାହିଁ। ହେଲେ ଫାଟଗୁଡ଼ିକର ନିୟମିତ ନିରୀକ୍ଷଣ ଓ ଫାଟକଗୁଡ଼ିକର ସର୍ବଦା ରକ୍ଷଣାବେକ୍ଷଣର ଆବଶ୍ୟକତା ଉପରେ ନଦୀବନ୍ଧ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଇଥିବା ସେ ସୂଚନା ଦେଇଥିଲେ ମାତ୍ର ଏହି ଫାଟ ସମସ୍ତ ସ୍ପଷ୍ଟିକରଣକୁ ମିଥ୍ୟା ପ୍ରମାଣିତ କରିଛି।

kalyan agarbati

Comments are closed.