Patra electronics

ଟ୍ୟାଙ୍କର ଧକ୍କାରେ ୯ ଆହତ

0

ବାରିପଦା : ଶନିବାର ଅପରାହ୍ଣ ସାଢେ ଗୋଟାଏ ସମୟରେ ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢାମରା ଗ୍ରାମଠାରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି।
ଏକ ଯାତ୍ରାବାହୀ ଟେମ୍ପୋ(ଓଡି-୧୧କେ-୨୧୦୪) ସହ ଟ୍ୟାଙ୍କର (ନମ୍ବର-ଏନଏଲ-୦୧କ୍ୟୁ-୭୨୭୯) ଧକ୍କା ହେବାରୁ ଟେମ୍ପୋରେ ଥିବା ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ଶ୍ରମିକମାନେ କାମ ସାରି ନିଜ ଗ୍ରାମ କାଠଶିର୍ଷୀକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରକାଶ। ଆହତମାନଙ୍କୁ ସ୍ଥାନୀୟ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave A Reply