ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ:ନବୀନ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଆସୁଛନ୍ତି। ମୋଦିଙ୍କ ଓଡିଶା ଗସ୍ତର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଗସ୍ତରେ ବିଜେପି ଅଧିକ ଶକ୍ତିଶାଳୀ ହେବ ଏକଥା ମୁଁ ଭାବୁନଥିବା ସେ ପ୍ରକାଶ କରିଛନ୍ତି।
ବିଧାନସଭା ପରିସରରେ ନବଉତ୍କଳର ନର୍ମାତା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୪ତମ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସେଠାରେ ମୋଦିଙ୍କ ଓଡ଼ିଶା ଗସ୍ତର ପ୍ରଭାବ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ଏହାବ୍ୟତୀତ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ କି ପ୍ରଶ୍ନର ଉତ୍ତରରେ ମେଣ୍ଟ ପ୍ରସଙ୍ଗକୁ ନେଇ ନବୀନ ପୁଣି ଥରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଉଭୟ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖିବ। କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply