www.samajalive.in
Monday, December 15, 2025
16.1 C
Bhubaneswar

ବାୟୁ ପ୍ରଦୂଷଣରେ ୧୨.୪ ଲକ୍ଷ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରେ ଅନ୍ୟୂନ ୭ଜଣ ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ହେଉଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ସୂଚନାନୁଯାୟୀ ବର୍ଷ ୨୦୧୭ରେ ବାୟୁ ପ୍ରଦୂଷଣଜନିତ ରୋଗରେ ଦେଶର ୧୨.୪ ଲକ୍ଷ ​ଜନସାଧାରଣଙ୍କ ମୃତ୍ୟୁ ଘଟିଥିଲା। ଏହିବର୍ଷ ଦେଶର ମୋଟ ମୃତ୍ୟୁର ୧୨.୫ ପ୍ରତିଶତ କେବଳ ବାୟୁ ପ୍ରଦୂଷଣ ଜନିତ ରୋଗରେ ହୋଇଥିବା ଜଣାପଡ଼ିଛି।
ଏହି ବର୍ଷ ବାୟୁ ମଣ୍ଡଳ ଦୂଷିତ ଯୋଗୁଁ ୬.୭ ଓ ଘରୋଇ ପ୍ରଦୂଷଣରେ ୪.୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦର ମିଳିତ ଅନୁଧ୍ୟାନ ରିପୋର୍ଟରେ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୫୧.୪ ପ୍ରତିଶତଙ୍କ ବୟସ ୭୦ରୁ କମ୍‌। ଏହି ବର୍ଷ ପାର୍ଟିକୁଲେଟ ମେଟର ପଲ୍ୟୁସନ (ପିଏମ-୨.୫) ୮୯.୯ ମାଇକ୍ରୋଗ୍ରାମ ପ୍ରତି ଘନମିଟର ଥିଲା। ଭାରତର ଜନସଂଖ୍ୟା ଅନୁଯାୟୀ ପିଏମ-୨.୫ର ସ୍ତର ୪୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ରହିବା କଥା। ଅତ୍ୟଧିକ ବାୟୁ ପ୍ରଦୂଷଣରେ ଜଣେ ବ୍ୟକ୍ତି ରୋଗରେ ପଡ଼ିଥାଏ ା ତାଙ୍କ ଶରୀର ସଂକ୍ରମିତ ହେବା ଦ୍ବାରା ସମ୍ପୃକ୍ତ ବ୍ୟକ୍ତିର ଆୟୁ ହ୍ରାସ ପାଇଥାଏ। ବିଶ୍ବରେ ବାୟୁ ପ୍ରଦୂଷଣ ଯୋଗୁଁ ୧୮.୧ ପ୍ରତିଶତ ଜନସାଧାରଣଙ୍କ ଆୟୁ ହ୍ରାସ ପାଇଥିବାବେଳେ କେବଳ ଭାରତରେ ଏହା ୨୬.୨ ପ୍ରତିଶତ। ବିଶେଷକରି ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନବାସୀଙ୍କ ଆୟୁ ବାୟୁ ପ୍ରଦୂଷଣ ଯୋଗୁଁ ହ୍ରାସ ପାଉଥିବା ଏହି ରିପୋର୍ଟରେ କୁହାଯାଇଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories