www.samajalive.in
Monday, December 15, 2025
16.1 C
Bhubaneswar

ଦକ୍ଷିଣ ଏସୀୟ କ୍ରୀଡ଼ା : ରେକର୍ଡ ପଦକ ସହ ଶୀର୍ଷରେ ଭାରତ

କାଠମାଣ୍ଡୁ : ନେପାଳର କାଠମାଣ୍ଡୁ ଓ ପୋଖ୍‌ରାରେ ଚାଲିଥିବା ୧୩ଶ ଦକ୍ଷିଣ ଏସୀୟ କ୍ରୀଡ଼ା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି କ୍ରୀଡ଼ାରେ ଭାରତ ମୋଟ ୩୧୨ଟି ପଦକ ଜିତିଛି; ଯାହା ଏହି କ୍ରୀଡ଼ା ଇତିହାସରେ ଭାରତ ପାଇଁ ସର୍ବାଧିକ। କ୍ରମାଗତ ୧୩ଶ ସଂସ୍କରଣରେ ଭାରତ ପଦକ ତାଲିକା ଶୀର୍ଷରେ ରହିଛି। ଏହି ୧୦ ଦିନର ପ୍ରତିଯୋଗିତାରେ ଭାରତ ୧୭୪ଟି ସ୍ବର୍ଣ୍ଣ, ୯୩ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ୍ ପଦକ ସହ ୩୧୨ ପଦକ ପାଇଛି। ୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୨ଶ ସଂସ୍କରଣ ଗୁଆହାଟୀ ଓ ସିଲଂରେ ଆୟୋଜନ ହୋଇଥିବା ବେଳେ ଭାରତ ୩୦୯ଟି ପଦକ ଜିତିଥିଲା। ତେବେ ଗତଥର ଭାରତ ୧୮୯ଟି ସ୍ବର୍ଣ୍ଣ ଜିତିଥିବା ବେଳେ ଏଥର ୧୫ଟି କମ୍; ଅର୍ଥାତ୍ ୧୭୪ଟି ସ୍ବର୍ଣ୍ଣ ପଦକ ଜିତିଛି।

Image Source : latestly.com

୨୦୧୬ରେ ୨୬୩ ପଦକ ଇଭେଣ୍ଟ ଥିବା ବେଳେ ୭୮୯ଟି ପଦକ ଥିଲା। ତେବେ ଏଥର ୩୩୮ଟି ପଦକ ଇଭେଣ୍ଟ ଥିବା ବେଳେ ୧୦୧୪ଟି ପଦକ ଲାଗି ପ୍ରତିଯୋଗିତା ହୋଇଥିଲା। ଏଥର ଭାରତ ମୋଟ ୩୧୨ଟି ପଦକ ଜିତିଥିବା ବେଳେ ୨ୟ ସ୍ଥାନରେ ଥିବା ଆୟୋଜକ ନେପାଳ ମୋଟ ୨୦୬ଟି ପଦକ ଜିତିପାରିଛି। ଏଥିରେ ଅଛି ୫୧ଟି ସ୍ବର୍ଣ୍ଣ, ୬୦ଟି ରୌପ୍ୟ ଓ ୯୫ଟି ବ୍ରୋଞ୍ଜ୍ ପଦକ। ୪୦ଟି ସ୍ବର୍ଣ୍ଣ, ୮୩ଟି ରୌପ୍ୟ ଓ ୧୨୮ଟି ବ୍ରୋଞ୍ଜ୍ ସହ ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ମୋଟ ୨୫୧ଟି ପଦକ ଜିତିପାରିଛି। ୧୯୮୪ରୁ ଦକ୍ଷିଣ ଏସୀୟ କ୍ରୀଡ଼ା ଆୟୋଜନ ହେବା ପରଠାରୁ ଭାରତ ୧୩ଟିଯାକ ସଂସ୍କରଣରେ ପଦକ ତାଲିକାର ପ୍ରଥମ ସ୍ଥାନରେ ରହିଛି। ମଙ୍ଗଳବାର ଅନ୍ତିମ ଦିନରେ ଭାରତ ମୋଟ ୧୮ଟି ପଦକ ଜିତିପାରିଛି। ସେଥିରେ ଅଛି ୧୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍। ଏଥିରୁ ଭାରତୀୟ ବକ୍ସର ୬ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ଜିତିଛନ୍ତି। ପୁରୁଷ ବିଭାଗରେ ବିକାଶ କୃଷ୍ଣନ୍, ସ୍ପର୍ଶ କୁମାର, ନରେନ୍ଦର ଏବଂ ମହିଳା ବିଭାଗରେ ପିଙ୍କି ରାଣୀ, ସୋନିଆ ଲାଠେର ଓ ମଞ୍ଜୁ ବୋମ୍ବାରିୟା ସ୍ବର୍ଣ୍ଣପଦକ ଜିତିଛନ୍ତି। ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ବାସ୍କେଟ୍‌ବଲ ସ୍ବର୍ଣ୍ଣପଦକ ଜିତିଛି। ସ୍କ୍ବାଶ୍‌ରେ ଭାରତକୁ ମହିଳା ସ୍ବର୍ଣ୍ଣ ଓ ପୁରୁଷ ରୌପ୍ୟପଦକ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories