www.samajalive.in
Saturday, December 13, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ଅହେତୁକ ବିଳମ୍ବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ଦେଖାଦେଇଛି। ୨୦୧୯ ଖରିଫ ଋତୁ ପାଇଁ ଆବେଦନ କରିଥିବା ୨୧ହଜାରରୁ ଅଧିକ ଚାଷୀଙ୍କ ବୀମା ସଂକ୍ରାନ୍ତ ଆବେଦନପତ୍ର ପଡ଼ିରହିଛି। ଚାଷୀମାନଙ୍କ ତଥ୍ୟ ବୀମା କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ଅପଲୋଡ଼ କରିନାହାନ୍ତି। ବୀମା ଯୋଜନାରୁ ବଞ୍ଚିତ କୃଷକ ମହଲରେ ଅସନ୍ତୋଷ ଦେଖାଦେଇଛି।
କେନ୍ଦ୍ର-ରାଜ୍ୟ ମଧ୍ୟରେ ବୀମା ଯୋଜନା ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନପାରିବା ହେତୁ ଚାଷୀକୁଳ ହଟହଟା ହେଉଛନ୍ତି। ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇପାରି ନଥିବାରୁ ଚାଷୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତିରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କର୍ତ୍ତୃପକ୍ଷଙ୍କ ସହିତ ଏ ବିଷୟରେ ଆଲୋଚନା କରି କାର୍ଯ୍ୟ ଆଗେଇ ନେବା ନିମନ୍ତେ ପରିସଂଖ୍ୟାନ ବିଭାଗର ଜଣେ ଉପନିର୍ଦେଶକଙ୍କୁ ଦାୟିତ୍ବ ଦେବାକୁ ସମବାୟ ସମିତି ରେଜିଷ୍ଟ୍ରାର ସମବାୟ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ବୀମା ମାମଲା ସମାଧାନ ନିମନ୍ତେ ୨୦୧୮ ସେପ୍ଟେମ୍ବର ୮ରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୀମା ଯୋଜନା କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଚାଷଜମି ବୁଣା ଅଞ୍ଚଳ ଏବଂ ଅମଳ ସଂକ୍ରାନ୍ତ ତଥ୍ୟ ନେଇ ରଖିଥିବା ସର୍ତ୍ତ ପ୍ରତ୍ୟାହାର କରି ବୀମା ଅଭିଯୋଗଗୁଡ଼ିକର ସମାଧାନ କରିବାକୁ କୁହାଯାଇଥିଲା। ପୂର୍ବରୁ ବୀମା କମ୍ପାନୀ ଚୋଲ ଏମଏସ ଜିଆଇସି ୨୦୧୭-ଖରିଫ ଋତୁରେ ୧୦ହଜାର ଅଣ ଋଣୀ କୃଷକଙ୍କ ଆବେଦନପତ୍ରକୁ ଖାରଜ କରିଦେଇଥିଲା। ଗ୍ରାମାଞ୍ଚଳ ତଥା ବିଭିନ୍ନ ଗ୍ରାମ ପଞ୍ଚାୟତ ସଂକ୍ରାନ୍ତ ତଥ୍ୟ ପୁରୁଣା ପୋର୍ଟାଲରୁ ନୂଆ ପୋର୍ଟାଲକୁ ସ୍ଥାନାନ୍ତର ପ୍ରକ୍ରିୟାରେ କିଛି ତଥ୍ୟ ନଷ୍ଟ ହେବା ସହିତ ପୋର୍ଟାଲରେ ଡ଼ାଟା ଅପଲୋଡ଼ିଂରେ ସମସ୍ୟା ଦେଖାଦେଇଥିଲା।
ଏସବୁ ସମସ୍ୟା ସମ୍ପର୍କରେ ଭାରତ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ ମାସରେ ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ପଦ​‌େ​‌କ୍ଷପ ଗ୍ରହଣ କରାଯାଇ ନାହିଁ। ବରଗଡ଼ ବ୍ଲକର ୪ଟି ବ୍ଲକରେ ଫସଲ ବୁଣାବୁଣି ଅଞ୍ଚଳ ଭିତ୍ତିରେ ବୀମା ପ୍ରଦାନ ସଂକ୍ରାନ୍ତ ଅଭିଯୋଗ ସମ୍ପର୍କରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି। ଏଚଡ଼ିଏଫସି ଦ୍ବାରା ୨୦୧୬-ଖରିଫ ଋତୁର ଯେଉଁ ବୀମା ଦାବି କରାଯାଇଥିଲା ସେଗୁଡ଼ିକର ଏ ପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବିଷୟରେ କେନ୍ଦ୍ରକୁ ଅବଗତ କରାଯାଇଛି। ୨୦୧୭ ଖରିଫ ଋତୁ ବୀମା ଯୋଜନାରେ ଆସିଥିବା କ୍ଳେମ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା(ପିଏମଏଫବିୱାଇ) ସିଇଓ ତଥା କେନ୍ଦ୍ର ଯୁଗ୍ମ ସଚିବ ଆଶିଷ କୁମାର ଭୂତାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ୨୦୦୦କୋଟି ଟଙ୍କାର କ୍ଲେମ ସଂକ୍ରାନ୍ତରେ ରାଜ୍ୟ ସମବାୟ ସଚିବ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଏଥିରେ ସଂଶୋଧନ କରାଯାଇ ୧୫୯୭କୋଟି ଧାର୍ଯ୍ୟ କରାଯାଇଥିଲା। ହେଲେ ବୀମା ପ୍ରଦାନରେ ଅହେତୁକ ବିଳମ୍ବ ଘଟିଥିଲା। ଫେବୃଆରୀରେ ତଥ୍ୟ ପ୍ରଦାନ ସତ୍ତ୍ବେ ଜୁନରେ ପ୍ରକୃତରେ କ୍ଳେମ ପ୍ରଦାନ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ସୁଦ୍ଧା ମଧ୍ୟ ଏହା ଶେଷ ହୋଇପାରି ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ଶସ୍ୟ ବୁଣା ଅଞ୍ଚଳ ସଂକ୍ରାନ୍ତ ତଥ୍ୟ ବ୍ଳକସ୍ତରରେ ପ୍ରଦାନ କରାଯାଇଥିଲା। ମାତ୍ର ବୀମା କମ୍ପାନୀ ଉପଗ୍ରହ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି କ୍ଷତି ଆକଳନ କରିଥିଲା। ଗ୍ରାମ ପଞ୍ଚାୟତ ସ୍ତରରେ ତଥ୍ୟ ସଂଗ୍ରହରେ ବହୁ ଚାଷୀ ବାଦ ପଡ଼ିବାରୁ ଅସନ୍ତୋଷ ଦେଖାଦେଇଥିଲା। ଅମଳ ଆକଳନ, ଶସ୍ୟ ବୁଣା ଆଧାରରେ ବୀମା ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। କମ୍ପାନୀ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମାବଳି ପ୍ରତି ଭ୍ରୂ​‌େ​‌କ୍ଷପ କରି ନଥିଲେ। ଯାହାଫଳରେ ଚାଷୀମାନେ ବୀମାରୁ ବଞ୍ଚିତ ହୋଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories