www.samajalive.in
Monday, December 15, 2025
16.1 C
Bhubaneswar

ଦକ୍ଷିଣ ଏସୀୟ କ୍ରୀଡ଼ା : ଦ୍ବିତୀୟ ଦିନରେ ୧୧ ସ୍ବର୍ଣ୍ଣ ସହିତ ମୋଟ ୪୩ ପଦକ

କାଠମାଣ୍ଠୁ : ଏଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତୀୟ ଖେଳାଳିମାନେ ବେଶ୍‌ ଭଲ ପ୍ରଦର୍ଶନ କରି ୧୧ଟି ସ୍ବର୍ଣ୍ଣ ପଦକ ସହ ୨୭ଟି ପଦକ  ଜିତିଛନ୍ତି । ଭାରତ ମଙ୍ଗଳବାର ସୁଦ୍ଧା ୧୮ଟି ସ୍ବର୍ଣ୍ଣ,୧୬ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ସମେତ ମୋଟ ୪୩ଟି ପଦକ ଜିତିଛି।

ଭାରତୀୟ ପୁରୁଷ ଭଲିବଲ୍‌ ଦଳ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛି। ଫାଇନାଲରେ ଭାରତୀୟ ଦଳ ପାକିସ୍ତାନକୁ ୩-୧ରେ ହରାଇବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ପ୍ରଥମ ଗେମ୍‌ରେ ୨୦-୨୫ରେ ପରାସ୍ତ ହୋଇଥିଲା। ତେବେ ଦଳ ପରବର୍ତ୍ତୀ ଦୁଇଟି ଗେମ୍‌ରେ ବେଶ୍‌ ଉଚ୍ଚକୋଟିର ପ୍ରଦର୍ଶନ କରିବା ସହ ୨୫-୧୫, ୨୫-୧ ଗେମ୍‌ରେ ବିଜୟୀ ହୋଇଥିଲା। ଚତୁର୍ଥ ଗେମ୍‌କୁ ଜିତି ଭାରତୀୟ ଦଳ ଚମ୍ପିଆନ୍ ହେବାକୁ ସକ୍ଷମ ହୋଇଥିଲା। ଦଳ ଚମ୍ପିଆନ୍‌ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜିଇ ଶ୍ରୀଧରନ୍‌ କହିଛନ୍ତି ଦଳ ବେଶ୍ ଭଲ ପ୍ରଦର୍ଶନ କରିଥିବାରୁ ସେ ସନ୍ତୁଷ୍ଟ ଅଛନ୍ତି। ଆଗାମୀ ଦିନରେ ଭାରତୀୟ ଦଳ ଅଲିମ୍ପିକ୍‌ ନିମନ୍ତେ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ରାଇଫଲ ବିଭାଗରେ ଭାରତର ମେହୁଲି ଘୋଷ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୯ ବର୍ଷୀୟ ମେହୁଲି ଫାଇନାଲରେ ୨୫୩.୩ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟତମ ଭାରତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ୨୫୦.୮ ପଏଣ୍ଟ ସହ ରୌପ୍ୟ ଓ ଶ୍ରେୟା ଅଗ୍ରୱାଲ୍‌ ୨୨୭.୨ ପଏଣ୍ଟ ସହ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଏହାବାଦ୍‌ ଭାରତ ଦଳଗତ ମହିଳା ବିଭାଗରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛି।

- Advertisement -

ମଙ୍ଗଳବାର ଭାରତୀୟ ଆଥଲେଟ୍‌ମାନେ ୧୫୦୦ ମିଟର ଦୌଡ଼​‌େ​‌ର ମୋଟ୍‌ ୪ଟି ପଦକ ହାସଲ କରିଛନ୍ତି। ପୁରୁଷ ୧୫୦୦ ମିଟର ଦୌଡ଼ରେ ଭାରତକୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିବା ବେଳେ ମହିଳା ୧୫୦୦ ମିଟର ଦୌଡ଼ରେ ଭାରତକୁ ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ମିଳିଛି।

ପୁରୁଷ ୧୫୦୦ ମିଟର ଦୌଡ଼ରେ ଭାରତର ଅଜୟ କୁମାର ସାରୋ ୩ ମିନିଟ୍ ୫୪.୧୮ ସେକେଣ୍ଡ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅଜିତ୍‌ କୁମାର ୩ ମିନିଟ୍‌ ୫୭.୧୮ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଥିଲେ। ନେପାଳର ଟାଙ୍କା କାର୍କି ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

ମହିଳା ୧୫୦୦ ମିଟର ଦୌଡ଼ରେ ଭାରତର ଚନ୍ଦା ୪ ମିିନିଟ୍‌ ୩୪,୫୧ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଆଥଲେଟ୍‌ ଚିତ୍ରା ପାଲାକେଜ୍‌ ୪ ମିନିଟ୍‌ ୩୫.୪୬ ସେକେଣ୍ଡ ନେଇ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଶ୍ରୀଲଙ୍କାର ଉଦା କୁବୁରାଲ୍‌ଗେ ୪ ମିନିଟ୍‌ ୩୪.୩୪ ସେକେଣ୍ଡ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ମହିଳା ୧୦୦ ମିଟର ଦୌଡ଼ାରେ ଅର୍ଚ୍ଚନା ସୁସେଦ୍ରନ୍‌ ୧୧.୮୦ ମିଟର ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ହାଇଜମ୍ପରେ ଜାତ୍ସ୍ନା ୧.୭୩ ମିଟର ଉଚ୍ଚକୁ ଡେଇଁ ସ୍ବର୍ଣ୍ଣ, ରୁବିନା ଯାଦବ ୧.୬୯ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ୍, ପୁରୁଷ ହାଇଜମ୍ପରେ ଅନୀଲ କୁସାରେ ୨.୨୧ ମିଟର ଉଚ୍ଚକୁ ଡେଇଁ ସ୍ବର୍ଣ୍ଣ, ଚେତନ ବାଲାସୁବ୍ରମଣ୍ୟ ୨.୧୬ ମିଟର ଉଚ୍ଚକୁ ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ୧୫୦୦ ମିଟର​‌ ଦୌଡ଼କୁ ୩ ମିନିଟ୍‌ ୫୭.୧୮ ସେକେଣ୍ଡରେ ଶେଷ କରି ଅଜୟ କୁମାର ସରୋଜ ସ୍ବର୍ଣ୍ଣ ଦକ ଜିତିଥିବା ​ବେଳେ ଅଙ୍କିତ କୁମାର ୩ ମିନିଟ୍‌ ୫୭.୧୮ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଛନ୍ତି।

ସ୍ବର୍ଣ୍ଣ ଓ ରୌପ୍ୟ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ବର: ନେପାଳର କାଠମାଣ୍ଡୁ ଓ ପୋଖରାରେ ଚାଲିଥିବା ୧୩ଶ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ଶ୍ରୀୟଙ୍କା ଷଡଙ୍ଗୀ। ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଦଳଗତ ବିଭାଗରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି ଶ୍ରୀୟଙ୍କା ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୨ୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories