www.samajalive.in
Monday, December 15, 2025
14.1 C
Bhubaneswar

ନିଜେ ନିଜ ବାଟ ପ୍ରସ୍ତୁତ କରିବା ହିଁ ପ୍ରକୃତ ଶିକ୍ଷା : ରାଜ୍ୟପାଳ

ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ଏକ ଦାୟିତ୍ୱର ଦିବସ ଓ ଯେଉଁମାନେ ଅନ୍ଧକାରରେ ବୁଡ଼ିଛନ୍ତି ସେମାନଙ୍କ ପାଇଁ ପ୍ରତିଷ୍ଠା ଦିବସ ଆଲୋକର ଦିବସ ହେଉ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ମତ୍ୟବକ୍ତ କରିଥିଲେ।
ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ଦେଶର ପ୍ରଖ୍ୟାତ ନାରୀନେତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ଜନ୍ମତିଥିରେ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆରେ ବକ୍ତବ୍ୟ ଆରମ୍ଭ କରିଥିଲେ।
ସେ କହିଥିଲେ ସାର୍ବଜନୀନ ମଣିଷ ଓ ବିଶ୍ୱବିଦ୍ୟାଳୟ ଭିତରେ ଏକ ଅନ୍ତରଙ୍ଗ ସମ୍ପର୍କ ରହିଛି। ଜଗତଜନନୀ ଓ ଜନନୀ ମଧ୍ୟରେ ମଧ୍ୟ ସମ୍ପର୍କ ରହିଛି। ନାରୀମାନେ ଧରାପୃଷ୍ଠରେ ଜନ୍ମ ହୋଇ ନଥାନ୍ତି,ସେମାନେ ଅବତାରିତ ହୋଇଥାନ୍ତି। ସେମାନଙ୍କର ସମାଜ ଗଠନରେ ପ୍ରମୁଖ ଭୂମିକା ରହିଛି। ବିଶ୍ବ, ବିଶ୍ବବିଦ୍ୟାଳୟ ଓ ବିଶ୍ବ ମାନବ ମଧ୍ୟରେ ସମନ୍ବୟ ରହିବା ନିହାତି ଆବଶ୍ୟକ। କାହାଦ୍ବାରା ପରିଚାଳିତ ନହୋଇ ନିଜେ ନିଜର ବାଟ ପ୍ରସ୍ତୁତ କରିବା ହିଁ ପ୍ରକୃତ ଶିକ୍ଷା ବୋଲି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୫ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଜରିଆରେ ମୋଟ ୬୭ କୋଟି ଟଙ୍କା ରାଜ୍ୟ ସରକାର ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ବିଦେଶରେ ଗବେଷକଙ୍କ ସଂଖ୍ୟା ତୁଳନାରେ ଭାରତର ସ୍ଥାନ ତଳେ ରହିଛି। ବିକାଶଶୀଳ ରାଷ୍ଟ୍ର ନିଜର ଗବେଷଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗବେଷକଙ୍କୁ ରାଜ୍ୟ ସରକାର ପ୍ରୋତ୍ସହନ ପ୍ରଦାନ କରୁଛନ୍ତିି। ବିଶ୍ୱବିଦ୍ୟାଳୟର ମୂଳକାମ ହେଲେ ଗବେଷଣାକୁ ପ୍ରୋତ୍ସାହନ ଦେବା। ଏହି କାର୍ଯ୍ୟ ନକରିପାରିଲେ ବିଶ୍ୱବିଦ୍ୟାଳୟ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବ। ବିଦ୍ୟାର୍ଥୀ ନିର୍ଦିଷ୍ଟ ବହି ଭିତରେ ଆବଧି ନରହି ଅନ୍ୟ ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିବା ଦରକାର। ଛାତ୍ରଛାତ୍ରୀ ସବୁ ବିଷୟରେ ସମ୍ୟକ ଜ୍ଞାନ ରଖିବା ଦରକାର। ଅଭିଭାବକ, ଶିକ୍ଷକ ଓ ବିଦ୍ୟାର୍ଥୀଙ୍କୁ ଯୋଡିବା ପାଇଁ ପ୍ରୋକ୍ଟରିଆଲ ବ୍ୟବସ୍ଥା କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ସ୍ଥଳେ କାମରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରୋକ୍ଷରେ ମନ୍ତ୍ରୀ ଚେତାବନୀ ଦେଇଥିଲେ।
ଏହି ଅବସରରେ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଇତିଶ୍ରୀ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସରିତା ସୂପକାର ବିବରଣୀ ପାଠ କରିଥିଲେ। କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଥିଲେ ବିଶ୍ୱବିଦ୍ୟାଳୟରେ ସ୍ନାତକ,ସ୍ନାତକୋତ୍ତର, ଏମ୍‍ଫିଲ ପାଠ୍ୟକ୍ରମ ପଢାଯାଇଥିବାବେଳେ ଚଳିତ ଶିକ୍ଷା ବର୍ଷରୁ ପିଏଚ୍‍ଡି ପାଠ୍ୟକ୍ରମ ପାଇଁ ପଞ୍ଜୀକରଣ କରାଯିବ। ବିଶ୍ୱବିଦ୍ୟାଳୟରେ କେବଳ ଶ୍ରେଣୀଗୃହ ମଧ୍ୟରେ ଶିକ୍ଷା ଦିଆଯାଉ ନାହିଁ, ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରୀ ଭାଗ ନେଉଛନ୍ତି। ଛାତ୍ରୀଙ୍କର ସ୍ୱାକ୍ଷରତା ବୃଦ୍ଧି କ୍ଷେତ୍ରରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ଭୂମିକା ରହିଛି ବୋଲି କୁଳପତି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରୁସା ପାଣ୍ଠିରେ ନିର୍ମିତ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନକୁ ଅତିଥି ଲୋକାର୍ପଣ କରିଥିଲେ। ବିଶ୍ୱବିଦ୍ୟାଳୟର ଦୁଇଟି ପତ୍ରିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories