ମେ’ ୨୯ରେ ମୋଦିଙ୍କ ସିଙ୍ଗାପୁର-ଇଣ୍ଡୋନେସିଆ ଗସ୍ତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଇ୨୯ରୁ ପାଞ୍ଚ ଦିନିଆ ସିଙ୍ଗାପୁର ଏବଂ ଇଣ୍ଡୋନେସିଆ ଗସ୍ତରେ ଯିବେ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମୋଦିଙ୍କ ଇଣ୍ଡୋନେସିଆକୁ ପ୍ରଥମ ଏବଂ ସିଙ୍ଗାପୁରକୁ ଦ୍ୱିତୀୟ ଗସ୍ତ। ଉଲ୍ଲେଖ ଯେ ପ୍ରଧାନମନ୍ତ୍ରୀ ମଇ ୨୧ରେ ଦିନିକିଆ ଅନୌପଚାରିକ ଗସ୍ତରେ ରୁଷ ଯାଇଥିଲେ। ଚଳିତ ବର୍ଷ ମୋଦି ୬ଟି ଗସ୍ତରେ ୧୧ ଦେଶକୁ ଯାତ୍ରା କରିସ।।ରିଛନ୍ତି। ବିଦେଶ ମନ୍ତ୍ରାଳୟ ସଚିବ ପୀତି ସରଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଶାଙ୍ଗରୀ-ଲା ଠାରେ ଜୁନ୍‍ ୧ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସିଙ୍ଗାପୁରରେ ଉଦ୍‍ବୋଧନ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ। ଏହାସହ ପ୍ରଧାନମନ୍ତ୍ରୀ ସାଗରମାଳା ପ୍ରକଳ୍ପ ନେଇ ନିଜ କଥା ରଖିବେ। ଇଣ୍ଡୋନେସିଆକୁ ଏହା ମୋଦିଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ୨୦୧୫ ନଭେମ୍ବର ମାସରେ ଆସିଆନ-ଭାରତ ଶିଖର ସମ୍ମିଳନୀ ପାଇଁ ମୋଦି ସିଙ୍ଗାପୁରକୁ ଯାଇଥିଲେ।
ଏଯାଏଁ ମୋଦିଙ୍କ ୧୧ ଦେଶ ଗସ୍ତ
୨୧-୧୧ ମଇ : ରୁଷ
୧୧-୧୨ ମଇ : ନେପାଳ
୨୬-୨୮ ଅପ୍ରେଲ : ଚୀନ
୧୬-୨୦ ଅପ୍ରେଲ : ସ୍ୱୀଡେନ୍‍, ବ୍ରିଟେନ୍‍, ଜର୍ମାନୀ
୨-୧୨ ଫେବୃଆରୀ : ଜୋର୍ଡାନ, ପାଲେଷ୍ଟାଇନ, ୟୁଏଇ, ଓମାନ
୨୨-୨୩ ଜାନୁଆରୀ : ଦାବୋସ

Leave A Reply