ପାଣି ମାଗଣା ଦିଆଯିବ ନାହିଁ : ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ : ଦିଲ୍ଲୀରେ ମାଗଣା ପାଣି ବଣ୍ଟନ ପ୍ରସ୍ତାବକୁ ଦିଲ୍ଲୀ ଉଚ୍ଚନ୍ୟାୟଳୟ ଅଗ୍ରାହ୍ୟ କରିଦେଇଛନ୍ତି। ଆମ ଆଦମୀ ପାର୍ଟି (ଆପ) ସରକାର ମାଗଣା ପାଣି ବଣ୍ଟନ କରିବାକୁ ଏକ ନୀତି ପ୍ରସ୍ତୁତ କରିଥିଲେ। ବେଆଇନ ଭାବେ ଘର ନିର୍ମାଣ କରିଥିବା ଅନେକ ଲୋକ ସରକାରଙ୍କ ଏହି ନୀତିର ଫାଇଦା ନେବେ ଓ ଏହାଦ୍ୱାରା ସରକାରଙ୍କ ରାଜସ୍ୱ ନଷ୍ଟ ହେବ ବୋଲି ଉଲ୍ଲେଖ କରି ଜଣେ ବ୍ୟକ୍ତି ଆପ ସରକାରଙ୍କ ନୀତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଗୀତା ମିତଲ ଏବଂ ସି.ହରି ଶଙ୍କରଙ୍କ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରି କେବଳ ଅଭାବୀଙ୍କୁ ମାଗଣା ପାଣି ବଣ୍ଟନ ପାଇଁ ନିର୍ଦେଶ ଦେଇଥିଲେ। ଦେୟ ପ୍ରଦାନର ସାମର୍ଥ୍ୟ ରଖିଥିବା ଲୋକଙ୍କୁ ମାଗଣାରେ ପାଣି ନଦେବାକୁ ହାଇକୋର୍ଟ କହିଛନ୍ତି। ଦିଲ୍ଲୀ ସରକାର ଏବଂ ଜଳ ବୋର୍ଡ ତରଫରୁ ଓକିଲ ଦୟାନ କୃଷ୍ନନ କହଥିଲେ ଯେ ଦିନକୁ ୨୦ ହଜାର ଲିଟର ଜଳ ବାଣ୍ଟିବା ପାଇଁ ସରକାର ଯୋଜନା ରଖିଛନ୍ତି। ଏହାର ଜବାବରେ ଖଣ୍ଡପିଠ ପଚାରିଥିଲେ ଯେ ପାଣି ପାଇଁ ଦେୟ ପ୍ରଦାନ କରିବାକୁ ସମର୍ଥ ଥିବା ଲୋକଙ୍କୁ କାହିଁକି ମାଗଣାରେ ପାଣି ଦିଆଯିବ। ଅନେକ ଲୋକ ଆଇନ ଉଲ୍ଲଙ୍ଘନ କରି ଧାର୍ଯ୍ୟଠାରୁ ଅଧିକ ମହଲର ଘର ନିର୍ମାଣ କରୁଛନ୍ତି। ସେମନେ ପାଣି ପାଇଁ ଦେୟ ଦେବାକୁ ସମର୍ଥ। ଏଭଳି ଲୋକଙ୍କୁ କାର୍ହିକି ମାଗଣାରେ ପାଣି ଦିଆଯିବ। ଏହାର ଆଗାମି ଶୁଣାଣି ଅପ୍ରେଲ ୨୩ରେ ହେବ।

Leave A Reply