ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ ; ବଡ଼ସାହି ବିଧାୟକଙ୍କ ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ

ବଡ଼ସାହି  : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ପ୍ରଦତ୍ତ ଉତ୍ତର ମିଥ୍ୟା ଜାଣି ବିଧାନସଭା ବାଚସ୍ପତିଙ୍କ ଜରିଆରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ(ପ୍ରିଭିଲେଜ ମୋସନ) ନୋଟିସ ଆଗତ କରିଛନ୍ତି। ବିଧାନସଭା ରେକର୍ଡ଼ରୁ ଉତ୍ତର ସମ୍ପର୍କିତ ତଥ୍ୟ ବାଦ ଦେବା ସାଙ୍ଗକୁ ସଠିକ ଉତ୍ତର ଲିପିବଦ୍ଧ ପୂର୍ବକ ତାଙ୍କୁ ପ୍ରଦାନ କରାଯାଉ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିବା ନେଇ ବିଧାୟକ ଶ୍ରୀ ବିଜୁଳି ଆମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ରୋଗୀକଲ୍ୟାଣ ସମିତି ସଦସ୍ୟ ରାଜେନ୍ଦ୍ର କୁମାର ଜେନା ମଧ୍ୟ ମନ୍ତ୍ରୀଙ୍କ ମିଥ୍ୟା ଉତ୍ତରକୁ ସମାଲୋଚନା କରି ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

prayash

ସୂଚନା ଅନୁଯାୟୀ,  ବଡ଼ସାହି ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଶୀତକାଳୀନ ବିଧାନସଭାର ପ୍ରଶ୍ନକାଳ ସମୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି ୨୮୦ନଂ ପ୍ରଶ୍ନରେ ଏହି ଡ଼ାକ୍ତରଖାନାର ବିଶେଷଜ୍ଞ ଡାକ୍ତରଙ୍କର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ଉତ୍ତରରେ ୪ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି ବୋଲି ତଥ୍ୟ ପ୍ରଦାନକୁ ନେଇ ବିବାଦୀୟ ହୋଇଛନ୍ତି। ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୩ଜଣ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତେ ନବାଗତ ଏମ୍‍ବିବିଏସ୍‍ ଡାକ୍ତର ଏଠାରେ କାର୍ଯ୍ୟକରୁଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜିବ କୁମାର ବଇତାଇ ଶାକୁଆ ପିଏଚସିରୁ ଡେପୁଟେସନରେ ଆସି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ମିଶାଇ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୬ଜଣ ଡାକ୍ତର ରହିବା କଥା। ପରନ୍ତୁ ଏଠାରେ ଜୁନ ୨୦୧୩ରୁ ଭେଷଜ, ଏପ୍ରିଲ ୨୦୧୫ରୁ ଶିଶୁ ରୋଗ, ଜୁନ ୨୦୧୫ରୁ ଶଲ୍ୟ ବିଶେଷଜ୍ଞ ଓ ଅଗଷ୍ଟ ୨୦୧୬ରୁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ରହିଛି।

 

kalyan agarbati

Comments are closed.