www.samajalive.in
Monday, December 8, 2025
16.1 C
Bhubaneswar

ଜାଣନ୍ତୁ କେଉଁ ଉପାୟରେ ଗୃହରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ

ବହୁ ଲୋକଙ୍କ ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ। ଏପରି ମଧ୍ୟ ବହୁ ସମୟରେ ଦେଖାଯାଏ, ଟଙ୍କାପଇସା ରୋଜଗାର ହେଉଥିଲେ ମଧ୍ୟ ଆଶାନୁରୂପକ ଭାବେ ସଞ୍ଚୟ ହୋଇ ପାରି ନଥାଏ। କିଛି ଉପାୟ ଆପଣେଇଲେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ଏଭଳି ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ….
ଯେଉଁ ଗୃହରେ ସର୍ବଦା ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ, ଆଦର କରାଯାଏ ସେଠାରେ ମା’ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ।
ପତି ସର୍ବଦା ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ଉଚିତ। ଅଯଥାରେ ଘରେ କଳହ କରିବା ଉଚିତ ନୁହେଁ।
ଖାଲି ଗୁରୁବାର ନୁହେଁ ଶୁକ୍ରବାର ମଧ୍ୟ ମା’ଲକ୍ଷ୍ମୀଙ୍କ ବାର ଅଟେ। ଏହି ଦିନ ମା’ଲକ୍ଷ୍ମୀଙ୍କୁ ପୂଜା କଲେ ବିଶେଷ କୃପା ମିଳିଥାଏ।
ଗୃହରେ ବାସ୍ତୁ ଦୋଷ ରହିଲେ ମା’ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ। ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଗୃହରୁ ବାସ୍ତୁ ଦୋଷ ଦୂର କରିବାକୁ। ବାସ୍ତୁ ନିୟମକୁ ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀ ସୁଖ, ସମ୍ପନ୍ନତା ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥାଆନ୍ତି।
ଯେଉଁ ମାନଙ୍କ ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ମଜଭୂତ ରହିଥାଏ, ସେମାନଙ୍କ ଘରେ ମା’ଲକ୍ଷ୍ମୀ ନିଶ୍ଚୟ ବାସ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୁଖ-ସମୃଦ୍ଧିର ଗ୍ରହ କୁହାଯାଏ। ଶୁକ୍ରଙ୍କ ସ୍ଥିତି ଦୁର୍ବଳ ହେଲେ ଘରେ ସମସ୍ୟା ଲାଗି ରହିଥାଏ। ତେଣୁ ଗୃହରେ ମୟୂରପୁଚ୍ଛ ରଖନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories