ନିପାରେ ମୃତ ନର୍ସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

0

ନୂଆଦିଲ୍ଲୀ : ନିପା ଜୀବାଣୁ ସଂକ୍ରମିତ ଦୁଇ ରୋଗୀଙ୍କୁ ସେବା ପ୍ରଦାନ ବେଳେ ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା କେରଳର ନର୍ସ ଲିନି ପୁଥୁସେରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଲିନିଙ୍କ ଦୁଇ ପୁତ୍ରଙ୍କ ନାମରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯିବ। ଏଥିସହ ଲିନିଙ୍କ ସ୍ୱାମୀ ଯଦି ବିଦେଶରେ ଚାକିରି ଛାଡି କେରଳରେ ରହିବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଏହି ରୋଗରେ ପ୍ରାଣ ହରାଇଥିବା ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବୁଧବାର ଉତ୍ତର କେରଳରେ ନିପା ସଂକ୍ରମଣଜନିତ ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply