ଟିଭି ବିତର୍କ କାର୍ଯ୍ୟକ୍ରମରେ ପାକିସ୍ତାନ ମନ୍ତ୍ରୀଙ୍କୁ ଚାପୁଡ଼ା ମାଡ଼
ଇସଲାମାବାଦ : ପାକିସ୍ତାନରେ ଏକ ଟିଭି ଚ୍ୟାନେଲର ବିିତର୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଲିଥିବାବେଳେ ଜଣେ ମନ୍ତ୍ରୀଙ୍କୁ ବିରୋଧୀ ଦଳର ଜଣେ ନେତା ଚାପୁଡ଼ା ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପାକିସ୍ତାନର ଜିଓ ନ୍ୟୁଜର ‘ଆପସ କି ବାତ’ ଏକ ବିତର୍କ ଭିତ୍ତିକ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଚାଲିଥିବାବେଳେ ତେହରିକ ଏ ଇନ୍ସାଫ ରାଜନୈତିକ ଦଳର ନଇମ ଉଲ ହକ ନାମକ ନେତା ନିଜ ଚେୟାରରୁ ଉଠିଯାଇ ପାକିସ୍ତାନ ମୁସଲିମ ଲିଗ (ଏନ୍) ଦଳର ନେତା ତଥା ମନ୍ତ୍ରୀ ଦାନିଆଲ ଅଜିଜ୍ଙ୍କୁ ଚାପୁଡ଼ା ମାରିଥିଲେ । ମନ୍ତ୍ରୀ ଦାନିଆଲ ବିତର୍କରେ ଅଜିଜ୍ ନଇମଙ୍କୁ ଚୋର ବୋଲି ସମ୍ବୋଧନ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ନଇମକ୍ ନିଜ ଚେୟାରରୁ ଉଠିଯାଇ ଦାନିଆଲଙ୍କ ଗାଲକୁ ଠୋ ଠୋ କି ଚାପୁଡ଼ା କଷି ଦେଇଥିଲେ।