ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ସମ୍ପୂର୍ଣ୍ଣ ମଦମୁକ୍ତ ଓଡିଶା ଦାବୀରେ ନବୀନ ନିବାସ ନିକଟରେ ‘ମୋନା’ର ବିକ୍ଷୋଭ

ଭୁବନେଶ୍ବର :  ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ତରଫରୁ ଶନିବାର ନଭେମ୍ବର ୨୩ ତାରିଖ ନବକଷ୍ଣ ଚୌଧୁରୀଙ୍କ ପବିତ୍ର ଜନ୍ମତିଥୀରେ ଦିନ ୧୦ଟା ସମୟରେ ଲୋୟର ପି.ଏମ.ଜି. ଠାରେ ଓଡିଶାର ୨୦ଟି ଜିଲାରୁ ମିଳିତ ଓଡିଶା ନିଶାନିବାରଣ ଅଭିଯାନର ପ୍ରାୟ ୧୦୦୦ ରୁ ଅଧିକ ସଂଖ୍ୟକ ମଦବିରୋଧୀ ମହିଳା ନେତ୍ରୀ ଓ ସମାଜସେବୀ ମାନେ ଏକତ୍ରିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବା ପାଇଁ ପୂର୍ବରୁ ଲିଖିତ ସୂଚନା ଦିଆଯାଇଥିଲା ଏବଂ ଆଜି ବାରମ୍ବାର ପୁଲିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବାପରେ ମଧ୍ୟ ସମ୍ଭବ ନ ହେବାରୁ ସମବେତ ମୋନାର ସମସ୍ତ କର୍ମକର୍ତା ଓ ମହିଳା ଗୋଷ୍ଠୀ ନବୀନ ନିବାସ ଅଭିମୁଖେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ।

prayash

ଶିଶୁଭବନ ଛକରେ ବିକ୍ଷୋଭ ଶୋଭାଯାତ୍ରାକୁ ବହୁସଂଖ୍ୟାରେ ପୁଲିସ ବାହିନୀ ଅଟକାଇବାରୁ ସେମାନଙ୍କ ସହ ବେଶ୍‍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା ଏବଂ ପରେ ପରେ ‘ମୋନା’ର ଶହ ଶହ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରି ଜୟଦେବ ବିହାରସ୍ଥିତ ରିଜର୍ଭ ପୋଲିସ ପରିସରରେ ଅଟକ ରଖି ସନ୍ଧ୍ୟାରେ ଛାଡି ଦିଆଯାଇଥିଲା। ଆଗାମୀ ଦିନରେ ମଦବିରୋଧୀ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ବ୍ୟାପକ କରାଯାଇ ସରକାରଙ୍କ ଓଡିଶାର ଜନବିରୋଧୀ ମଦନୀତିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯିବା ପାଇଁ ‘ମୋନା’ ତରଫରୁ ସଂକଳ୍ପ ନିଆଯାଇଥିଲା।

ଏହି ଗଣଆନ୍ଦୋଳନରେ ‘ମୋନା’ର ସର୍ବଶ୍ରୀ ପଦ୍ମଚରଣ ନାୟକ, ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅପର୍ଣ୍ଣା ନାୟକ, ବାଣୀ ଦାସ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ଖଗେଶ୍ୱର ବଳ, ପ୍ରିତୀ ନାୟକ,ଇନ୍ଦୁମତୀ ସାହୁ, ପ୍ରିୟନାଥ ଆଚାର୍ଯ୍ୟ, ଉର୍ବଶୀ ନାୟକ,ଅର୍ଜ୍ଜୁନ ସାମନ୍ତରାୟ, ଚନ୍ଦ୍ରଗୁପ୍ତ ଲେଙ୍କା, ପିତାମ୍ବର ଭୂୟାଁ, ବୀରକିଶୋର ବେହେରା, କୁଳମଣି ଶୁକ୍ଳ, ସୁନାକର ବରାଳ, କାଂଚନବାଳା ସ୍ୱାଇଁ, ମନମୋହନ ମିଶ୍ର, ତପସ୍ୱିନୀ କର, ସର୍ବେଶ୍ୱର ବାରିକ, ଚନ୍ଦ୍ରମଣୀ ଦେହୁରୀ, ପ୍ରଶାନ୍ତ ବେହୁରା, କାଂଚନବାଳା ଯତି, ବନ୍ଦିତା ଦାସ,ସୌମ୍ୟରଂଜନ ମହାନ୍ତି, ଲଲାଟେନ୍ଦୁ ପାତ୍ର, ନରେନ୍ଦ୍ର ବେହେରା, କେଦାରନାଥ ସାହୁ ରାଜେଶ କର, ଗଣେଷ ପରିଡା, ନୃସିଂହ ନାୟ. କନକ ଭଞ୍ଜ ପ୍ରମୁଖ ନେତୃତ୍ୱ ନେଇଥିଲେ

kalyan agarbati

Comments are closed.