www.samajalive.in
Tuesday, December 9, 2025
23.1 C
Bhubaneswar

ଗଞ୍ଜେଇ ଗଛ ନଷ୍ଟକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ

ଗଞ୍ଜାମ: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଖଜୁରୀପଦା ଅଞ୍ଚଳରେ ଶୁକ୍ରବାର ବ୍ୟାପକ ଗଞ୍ଜେଇ ଗଛ ନଷ୍ଟକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଅବକାରୀ ଓ ପୁଲିସ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ଯୁକ୍ତିତର୍କ ଏବଂ କଥା କଟାକଟି ହୋଇଛି। ମଦ ଦୋକାନ ବନ୍ଦ ନକରି ଗଞ୍ଜେଇ ଗଛ କାହିଁକି ନଷ୍ଟ କରୁଛ ଏହି ଅଭିଯୋଗ କରି ଲୋକେ ଉତ୍ତ୍ୟକ୍ତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଖଜୁରୀପଦା ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ପ୍ରାୟ ୪୦ ଏକର ଜମିରେ ହୋଇଥିବା ଉକ୍ତ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥଲା। ଉତ୍ତେଜନା କାରଣରୁ ଘଟଣାସ୍ଥଳରେ ଆସିକା ଏସଡ଼ିପିଓ, ଗଞ୍ଜାମ ଡ଼ିଏସପି, ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଧରାକୋଟ ତହସିଲଦାର ଏବଂ ଅବକାରୀ ଟିମ ଉପସ୍ଥିତ ରହିଥିବା ଜଣାପଡ଼ିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories