www.samajalive.in
Sunday, December 7, 2025
26.1 C
Bhubaneswar

ଭୋଡାଫୋନ୍‍, ଆଇଡିଆ ଓ ଏୟାରଟେଲକୁ ଛାଡ଼ିଲେ ୪୯ଲକ୍ଷ ଗ୍ରାହକ ; ଜିଓରେ ୬୯.୮ ଲକ୍ଷ ନୂଆ ଗ୍ରାହକ ସାମିଲ – ଟ୍ରାଇ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷର ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏହାର ନେଟ୍‍ୱର୍କରେ ୬୯.୮୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍‍ ଆଇଡିଆ ଓ ଭାରତୀ ଏୟାରଟେଲ୍‍ ୪୯ ଲକ୍ଷ ଗ୍ରାହକଙ୍କୁ ହରାଇଛନ୍ତି ବୋଲି ଭରୀତୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ ଜାରି କରାଯାଇଥିବା ସେପ୍ଟେମ୍ବର ମାସର ମୋବାଇଲ୍‍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ମାସ ସୁଦ୍ଧା ଦେଶର ମୋଟ୍‍ ମୋବାଇଲ୍‍ ଗ୍ରାହକ ସଂଖ୍ୟା ୧୧୭.୩୭ କୋଟିକୁ ବୃଦ୍ଧି ପାଇଛି । ଯାହା ଗତ ଅଗଷ୍ଟ ମାସ ସୁଦ୍ଧା ୧୧୭.୧ କୋଟି ରହିଥିଲା ବୋଲି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି।

- Advertisement -

ଭାରତୀ ଏୟାରଟେଲ୍‍ ସେପ୍ଟେମ୍ବର ମାସରେ ୨୩.୮ ଲକ୍ଷ ମୋବାଇଲ୍‍ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୨.୫୫ କୋଟିକୁ ଖସି ଆସିଛି। ସେହିପରି ଭୋଡାଫୋନ୍‍ ଆଇଡିଆ ସେହି ମାସରେ ୨୫.୭ ଲକ୍ଷ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୭.୨୪ କୋଟିକୁ ହ୍ରାସ ପାଇଛି। ମାତ୍ର, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ୬୯.୮୩ଲକ୍ଷୁ ନୂଆ ଗ୍ରାହକ ଯୋଡ଼ିଥିବାରୁ ମୋଟ ଗ୍ରାହକ ସଂଖ୍ୟା ୩୫.୫୨ କୋଟିକୁ ବୃଦ୍ଧି ପାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories