କାମକରୁନି ଶିକ୍ଷା ବିଭାଗରେ ୫ଟି ; ଗଛ ଛାଇରେ ପାଠପଢା ଓ ଚାଳ ଘରେ ରୋଷେଇ
ବେଲଗାଁ: ରାଜ୍ୟ ସରକାର ତାଙ୍କ ୫ମ ପାଳିରେ ପ୍ରଶାସନକୁ ଉତରଦାୟୀ ତଥା ଭୋଟରଙ୍କୁ ନ୍ୟାୟ ପ୍ରଦାନ ପାଇଁ ୫ଟି ଯୋଜନା କାର୍ଯ୍ୟ କରିବାକୁ ହେଜ କରିଥିବା ଆଲୋଚନା ସମାଲୋଚନାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ନିଜ ଦୁର୍ବଳ ଆର୍ଥିକାବସ୍ଥା ଯୋଗୁଁ ସରକାରି ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ଗରିବ ପରିବାରର ପୁଅ ଝିଅ ଗଛ ଛାଇ ତଲେ ଶିକ୍ଷା ଗ୍ରହଣ କରିବା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି।
୧୯୭୧ରେ ପ୍ରତିଷ୍ଠା ହୋଇଥିବା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଗୋଏଲଭାଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଆଲୋଚନାର ବିଷୟ ହୋଇଛି। ଏବେ ନୁହେଁ ବର୍ଷ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ବିଦ୍ୟାଳୟ ପ୍ରତି ସରକାରି ବଡବଡିଆ ଉଚ୍ଚ ବେତନଭୋଗୀ ବାବୁଙ୍କ ଅଣଦେଖା ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଦ୍ୟାଳୟର ୧ମ ରୁ ୮ମ ପର୍ଯ୍ୟନ୍ତ ମୋଟ ୮୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଗୋଟିଏ ମାତ୍ର ଛୋଟିଆ କୋଠରି ରହିଛି। ଏନେଇ ୩ଟି ଶ୍ରେଣୀ ଗଛ ତଲେ, ୨ଟି ଶ୍ରେଣୀ ବାରଣ୍ଡାରେ ଏବଂ ବାକି ତିନୋଟି ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରିରେ ଶିକ୍ଷା ଦିଆଯାଉଛି।
ସେହିପରି ରୋଷେଇ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଗୃହ ନାହିଁ। ଚାଳ ଘେରା ଛୋଟିଆ ସ୍ଥାନରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଏଭଳି ଅପନ୍ତରିଆ ସ୍ଥାନରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ନେଇ ଖାଦ୍ୟରେ ପୋକଜୋକ, କୀଟ ପଡି ବିପଦ ସମ୍ଭାବନା ସର୍ବଦା ରହିଛି। ସରକାର ବଡବଡିଆଙ୍କୁ ସ୍କୁଲ ଖୋଲିବା ପାଇଁ ଜାଗାଜମି ସମସ୍ତ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସେଥିରେ ଗରିବ ପିଲାଙ୍କ ପାଇଁ ସ୍ଥାନ ନାହିଁ। ଗରିବ ପରିବାରର କୋମଲମତି ପୁଅଝିଅ ବଡବଡିଆ ଘର ପିଲାଙ୍କ ସହ ପାଠ ପଢିବାକୁ ବାରଣ ରହିଛି। ଏହି ଗରିବ ପିଲାଙ୍କ ଭବିଷ୍ୟତ ସରକାରି ବାବୁଙ୍କ ମର୍ଜି ଉପରେ ନିର୍ଭର କରୁଥିବା ବେଳେ କେବେ ସୁଦୟା ହେବ ସେ ନେଇ ବାକି ରହିଛି ବୋଲି ଗ୍ରାମର ବୟୋଜ୍ୟଷ୍ଠ କହିଛନ୍ତି।
Comments are closed.