ପାକିସ୍ତାନରେ ଗ୍ରୀଷ୍ମପ୍ରବାହରେ ୬୫ମୃତ

0

କରାଚୀ: ଅନ୍ତତଃପକ୍ଷେ ୬୫ଜଣଙ୍କ ଗ୍ରୀଷ୍ମପ୍ରବାହରେ ୩ଦିନ ମଧ୍ୟରେ ପାକିସ୍ତାନର କରାଚୀରେ ପ୍ରାଣ ହରାଇଛନ୍ତି। ପବିତ୍ର ରମଜାନ ମାସରେ ପାକିସ୍ତାନରେ ଏଭଳି ଭୟଙ୍କର ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରମଜାନ ମାସ ଉପଲକ୍ଷେ ପାକିସ୍ତାନରେ ଦିନରେ ଖାଇବା ଓ ପିଇବା ଉପରେ ବାରଣ ଥିବାବେଳେ ଚଳିତ ବର୍ଷ ଖରା ତାତି ୪୪ଡିଗ୍ରୀ ଅତିକ୍ରମ କରିଛି। ପାକିସ୍ତାନର କୋରାଙ୍ଗି ଓ ସୋରାବଗୋଥ ଅଞ୍ଚଳରୁ ୩ଦିନ ମଧ୍ୟରେ ୧୧୪ଟି ମୃତଦେହ କରାଚୀର ଇଧ ଫାଉଣ୍ଡେସନ ବ୍ୟବଚ୍ଛେଦ ଗୃହକୁ ଅଣାଯାଇଛି। ମୃତକଙ୍କ ମଧ୍ୟରେ ୬ବର୍ଷ ବୟସରୁ ୭୮ବୟସ୍କ ବ୍ୟକ୍ତି ରହିଛନ୍ତି। ପ୍ରାୟତଃ ବ୍ୟକ୍ତିଙ୍କ ମୃତ୍ୟୁ ବେଳକୁ ସେମାନେ ଘର ଭିତରେ ଥିବା ଜଣା ପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ଅଂଶୁଘାତର ଶିକାର ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇବା କାଠିକର ପ୍ରମାଣିତ ହେବାରେ ଲାଗିଛି।

Leave A Reply