ଗ୍ରୀଷ୍ମ କାଳୀନ କରାଟେ ଶିବିର

0

କଟକ : ‘କରାଟେ ଡୁ-ଡୁଜୋ’ ପକ୍ଷରୁ ୨୦ ଦିନିଆ ଗ୍ରୀଷ୍ମ କାଳୀନ ତାଲିମ ଶିବିର ମହାନଦୀ ବିହାର ସେଲିବ୍ରେସନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଆତ୍ମରକ୍ଷାର ବିଭିନ୍ନ କୌଶଳ ସଂପର୍କରେ ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶ୍ୱ ପାରମ୍ପରିକ ସର୍ଡକନ କରାଟେ ମହାସଂଘ ପକ୍ଷରୁ, ଆଜାଦ ‘ରେ ଅଫ୍‍ ହୋପ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେଶ ବର୍ମା ମୁଖ୍ୟ ପ୍ରଶିକ୍ଷକ ଭାବେ ତାଲିମ ଦେଇଥିଲେ। ପୂର୍ବତନ ଜାତୀୟ ଚମ୍ପିଆନ ତଥା ପ୍ରଶିକ୍ଷକ ସୁଶାନ୍ତ ଖଟୁଆ ଏବଂ ପାଲୋ ସଭ୍ୟ ଅମରେଶ ମହାପାତ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ବିଭିନ୍ନ ବେଲ୍ଟଧାରୀ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ଏଥିରେ ତାଲିମ ନେଇଥିଲେ। ଆତ୍ମରକ୍ଷା ଏବଂ ଶାରିରୀକ ଗଠନ ଦିଗରେ ଏହା ନିଶ୍ଚିତ ସାହାଯ୍ୟ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବର୍ମା କହିଛନ୍ତି।

Leave A Reply