୧୦ ଦିନରେ ୧୬୦ ଶ୍ରମିକ ଉଦ୍ଧାର
ନୂଆପଡ଼ା: ନୂଆପଡ଼ା ପୁଲିସ ଗତ ୧୦ ଦିନ ଭିତରେ ବାହାରକୁ ଚାଲାଣ କରାଯାଉଥିବା ୧୬୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶନିବାର ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ଝାଲକୁସୁମଠାରେ ଏକ ବସରେ ନିଶା ସେବନ କରୁଥିବାବେଳେ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଶ୍ରମିକମାନଙ୍କୁ ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ୩ଜଣ ଶିଶୁ ଏବଂ ମହିଳା ଥିବା କୋମନା ଆଇଆଇସି ନିର୍ମଳ ପାଣିଗ୍ରାହୀ କହିଛନ୍ତି।
ସୂଚନା ଅନୁଯାୟୀ, ନଭେମ୍ବର ୬ ତାରିଖରେ ଶ୍ରମିକମାନଙ୍କୁ ବାହାରକୁ ପଠାଉଥିବା ସର୍ଦ୍ଦାର ବସନ୍ତ ସୁଆନିକୁ ମୁରଲିବାହଲ ଗ୍ରାମରୁ ଲଖନ ପୁଲିସ ଗିରଫ କରିଥିଲା। ସେହିପରି ନଭେମ୍ବର ୪ରେ ନୂଆପଡ଼ା ପୁଲିସ ୪୭ ଜଣ ଶ୍ରମିକଙ୍କୁ କଣ୍ଟାବଞ୍ଜିଠାରୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଘର ସୋନପୁର, କଳାହାଣ୍ଡି ଏବଂ ନୂଆପଦର ବୋଲି ଜଣାପଡ଼ିଛି। ସେହିପରି ନଭେମ୍ବର ୨ରେ ସେହି ଯାଗାରୁ ୯୭ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା।
Comments are closed.