ଜୟପାଟଣା ଓ କୋକସରା ଅଞ୍ଚଳରେ ଲାପଟପ ଚୋରୀ ଘଟଣା ; ୨ ଗିରଫ

କଲମପୁର :  ଜୟପାଟଣା ଓ କୋକସରା ଥାନା ଅଞ୍ଚଳରେ ଗତ କିଛି ଦିନ ଧରି ଲଗାତାର ଭାବେ ହେଇଥିବା ଲାପଟପ, ଡେସଟପ କମ୍ପ୍ୟୁଟର ସମେତ ମୋବାଇଲ ଫୋନକୁ ପୁଲିସ ଉଦ୍ଧାର କରିବା ସହ ଚୋରିରେ ସମ୍ପୃକ୍ତ ଜଣେ ନା ବାଳକ ସମେତ ଅନ୍ୟ ଜଣକୁ ପୁଲିସ ଗିରଫ କରିଥିବା ବଡକୁଟୃ ପୁଲିସ ଫାଣ୍ଡି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୁଚନା ଦେଇଛନ୍ତି।

ପ୍ରାପ୍ତ ସୁଚନା ଅନୁସାରେ, ଗତ ୨୫.୧୧.୨୦୧୮ ଦିନ କଲମପୁର ଠାରେ ଥିବା ଏକ ଜନ ସେବା କେନ୍ଦ୍ରରେ ଥିବା ଗୋଟିଏ ଡେସଟପ ସହିତ ୨ ଗୋଟି ଲ୍ୟାପଟପ ଚୋରି ହେଇଥିଲା। ଏନେଇ ଜୟପାଟଣା ଥାନା କେସନଂ ୩୦୯ରେ ପଞ୍ଜିକରଣ କରାଯାଇ ତଦନ୍ତ କରାଯାଉଥିଲା। କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ ପୁଲିସ କୁ ଚୋରି ସମ୍ବନ୍ଧରେ କୌଣସି ସୁରାକ ମିଳି ପାରିନଥିଲା। ଏହି କାରଣରୁ ଅପରାଧିକୁ ପୁଣି ସୁଯୋଗ ମିଳିଥିଲା। ଅପରାଧି ପୁନଃ ସାହସ ଜୁଟାଇ ଜୟପାଟଣା ଥାନା ଅଧିନସ୍ଥ ବଡକୁଟୃ ଫାଣ୍ଡି ଅନ୍ତର୍ଗତ ଗୁନଗୁନିଆ ଠାରେ ଥିବା ଦେବାଂଶ ମୋବାଇଲ ଏଣ୍ଡ କମ୍ପ୍ୟୁଟର ଦୋକନରୁ ଗୋଟିଏ ଡେସଟପ, ଗୋଟିଏ ଲ୍ୟାପଟପ ସହିତ ପ୍ରିଣ୍ଟର, ହୋମଥିଏଟର ଓ ୪୦ ଗୋଟି ମୋବାଇଲକୁ ଗତ ୧୯.୧୦.୨୦୧୯ ଦିନ ଚୋରି କରିଥିଲେ। ଦୋକାନ ମାଲିକ ଦେବାଶିଷ ମହାରଣାଙ୍କ ଏତଲା କ୍ରମେ ଜୟପାଟଣା ଥାନା କେସନଂ ୨୬୬ ତା ୨୦.୧୦ରେ ମାମଲା ରୁଜୁ କରାଯାଇଥିଲା। ପରବର୍ତି ୧୩.୧୦ ରାତିରେ କୋକସରା ଥାନା ଅଧିନସ୍ଥ ମୋଟେର ଫାଣ୍ଡି ଅନ୍ତର୍ଗତ ମୋଟେର ସୁବ୍ରତ ପାଟ୍ଟଯୋଷୀଙ୍କ ଦୋକାନରୁ ଲ୍ୟାପଟପ, ସମେତ ପ୍ରିଣ୍ଟର ଓ ନଗଦ ୧୦ ହଜାର ଟଙ୍କା ଚୋରି ହେଇଥିବା ନେଇ ୧୭.୧୦ ଦିନ ଏତଲା ଦେଇଥିଲେ। ଏହି ଏତଲାକୁ ଭିତି କରି କୋକସରା ଥାନା କେସନଂ ୧୫୧ରେ ମାମଲା ରୁଜୁ କରାଯାଇଥିଲା।

prayash

ବାରମ୍ବାର କମ୍ପ୍ୟୁଟର ଓ ମୋବାଇଲ ଚୋରି ଘଟଣା ନେଇ ଅନେକସ୍ଥଳେ ପୁଲିସକୁ ସମାଲୋଚନାର ସରବ୍ୟ ହେବାକୁ ପଡିଥିଲା। ଜିଲା ଆରକ୍ଷୀ ଅଧିକାରୀ ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ବଡକୁଟୃ ଫାଣ୍ଡି ଅଧିକାରୀ କୁର୍ତିବାସ ପୁଝାରୀ, ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ଓ କଲମପୁର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ପୁଲିସ ଦଳ ଗଠନ କରାଯାଇଥିଲା। ଦୁର୍ବୁତ ମାନେ ମୋବାଇଲ, ଲ୍ୟାପଟପ, ଡେସଟପ ଓ ପ୍ରିଣ୍ଟର ସବୁ ଚୋରି କରିବା ପରେ କିଛି ବ୍ୟକ୍ତିଙ୍କ ଠାରେ ବିକ୍ରି କରି ଦେଇଥିଲେ।

ଏହାକୁ ସୁତ୍ର କରି ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କଲମପୁର ବ୍ଲକ ଅଧିନସ୍ତ ମିନଗୁର ପଞ୍ଚାୟତ ଦେର୍ଲାପଡାର ଯଶୋବନ୍ତ ଶବରକୁ ଧରିବାରେ ସଫଳ ହେଇଥିଲା। ଏହି ଯଶୋବନ୍ତକୁ ଚୋରି ଘଟଣାରେ ସାହାଯ୍ୟ କରୁଥିବା ସେହି ଗ୍ରାମର ଏକ ୧୨ ବର୍ଷିୟ ନା ବାଳକକୁ ଅଟକ ରଖିବା ସହ ତଦନ୍ତ କରିଥିଲେ। ଅଭିଯୁକ୍ତ ଯଶୋବନ୍ତ ୩ ଗୋଟି ଦୋକାନରୁ ଚୋରି କରିଥିବା ନେଇ ସ୍ୱୀକାର କରିବା ସହ ନାଁ ବାଳକ କିଭଳି ଦୋକାନ ଭିତରକୁ ପଶୁଥିଲା ତାହା ଜଣାଇଥିଲା। ଏହାସହ ସେ ବିଭିନ୍ନ ଲୋକଙ୍କ ଠାରେ ବିକ୍ରୟ କରିଥିବା ସୁଚନାକୁ ଆଧାର କରି ସମସ୍ତ ଲ୍ୟାପଟପ, ଡେସଟପ, ମୋବାଇଲ ଓ ଅନ୍ୟ ସମସ୍ତ କମ୍ପ୍ୟୁଟର ସାମଗ୍ରୀ ଉଦ୍ଧାର କରିଥିଲେ। ଏହାସହ ଚୋରି ପାଇଁ ବ୍ୟବହାର କରୁଥିବା ଶାବଳ ଓ ହୋଣ୍ଡା ଏକ୍ସ ବ୍ଲେଜ ଗାଡିକୁ ପୁଲିସ ଜବତ କରିବା ସହ ୨ ଅଭିଯୁକ୍ତକୁ ଗିରଫ କରିଛନ୍ତି। ନା ବାଳକକୁ ଜୁଭେନାଲ କୋର୍ଟ ଚାଲାଣ କରାଯିବା ନେଇ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି। ଅନ୍ୟପଟେ ଚୋରି ସାମଗ୍ରୀ ଖରିଦ କରିଥିବା ୫ଜଣଙ୍କୁ ମଧ୍ୟ ଭାରତୀୟ ଦଣ୍ଡବିଧି ଆଇନ ୪୧୧ ବଳରେ ଗିରଫ କରିଥିବା ସୁଚନା ଦେଇଛନ୍ତି।

 

kalyan agarbati

Comments are closed.