ବୁଲବୁଲ୍ ପ୍ରଭାବ; ଚିନ୍ତାରେ ଚାଷୀ

୩ଦିନ ହେଲା ଆଖଣ୍ଡଳମଣିପୀଠ ଅନ୍ଧାରରେ ; ମିଳୁନି ପିଇବା ପାଣି

ଆରଡି : ବାତ୍ୟା ବୁଲୁବୁଲ ଆସିଲା କିଛି ସମୟ ତାଣ୍ଡବ ରଚି ଚାଲିଗଲା ହେଲା ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ସାରା ଚାନ୍ଦବାଲିରେ  ଦୁଖଃ ଦେଇଗଲା । ବୁଲବୁଲ ପ୍ରଭାବରେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ଆଉମାତ୍ର ଦିନ କେଇଟା ପରେ ବର୍ଷକର ଅମଳ ହେବାକୁ ଥିବା ପାଚିଲା ଧାନ ଘରେ ଆଣି ରଖିଥାନ୍ତେ। ହେଲେ ଦଇବ ସାଜିଲା ଦାଉ ଏବେ ବର୍ଷା ପାଣିରେ ଭାଷୁଛି ଶହଶହ ହେକ୍ଟର ପାଚିଲା ଧାନ। ଯାହାକୁ ନେଇ ଉକ୍ତ ଅଞ୍ଚଳର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସି ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ କିପରି ପରିଷୋଧ କରିବ ସେଥିପାଇଁ ଭାଙ୍ଗି ପଡିଛନ୍ତି।

prayash

ବୁଲବୁଲ ପ୍ରଭାବ ରବିବାର ସ୍ୱଭାବିକ ହୋଇଥିଲେ ମଧ୍ୟ ଚାଷୀମାନେ ନିଜ ନିଜର କ୍ଷତକୁ ଯାଇ ଅମଳ ହେବାକୁ ଥିବା ଧାନର ଅବସ୍ଥା ଦେଖିଥିଲେ। କେଉଁଠି ପାଚିଲା ଧାନ ଆଣ୍ଠୁଏ ଉଚ୍ଚର ବର୍ଷାପାଣିରେ ବୁଡି ରହିଛିତ ଆଉ କେଉଁଠି ଥୋଡ ବାହାରିଥିବା ଧାନ ବିଲରେ ଲୋଟୁଛୁ। ସେପଟେ ଆରଡି ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପଡିରହିଥିବା ଗଛକୁ କେତେକ ସ୍ୱେଛାସେବୀ ଅନୁଷ୍ଠାନ ଉଠାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷପ ନିଆଯାଇ ପାରିନାହିଁ। ଏପରି ଗତ ୩ଦିନ ହେଲା ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ମନ୍ଦିର ସମେତ ଆଖପାଖ ୨୫ଖଣ୍ଡ ଗାଁ ଅନ୍ଧାରରେ ରହିଥିବା ବେଳେ ଟେଲିଫୋନ ଓ ଇଣ୍ଟେନେଟ ସେବା ବନ୍ଦ ରହିଛି। ବିଶେଷକରି ବାତ୍ୟା ପାଇଁ ପ୍ରଶାସନ କେତେକଣ ଯୋଜନା କରିଥିଲେ ମଧ୍ୟ ୩ଦିନ ହେଲା ଏହିଅଞ୍ଚଳର ଲୋକାମନେ ପିଇବା ପାଣି ନିମନ୍ତେ ନଳକୂପ ନିକଟରେ ଭିଡ ଲାଗୁଥିବା ଦେଖିବାକୁ ମିଳିଛି। ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତା ସୋମବାର ଓ ମଙ୍ଗଳବାର ଅଗଣିତ ଭକ୍ତମାନଙ୍କର ଭିଡ ଲାଗିବ। ହେଲେ ବାତ୍ୟା ପ୍ରଭାବିତ।ଞ୍ଚଳରେ ସ୍ଥିତିର ସ୍ୱଭାବିକ ଅବସ୍ଥା ଫେରିନଥିବାରୁ ଆଗନ୍ତୁ ଶ୍ରଦ୍ଧାଳୁମାନେ ନାନା ହରକତ ହେବେ ବୋଲି ସ୍ଥାନୀୟଲୋକେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.