ଗାନ୍ଧୀ ପରିବାରରୁ ଏସପିଜି ହଟାଯିବାକୁ ନେଇ ଖପ୍ପା କଂଗ୍ରେସ

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଉଥିବା ଏସପିଜି ସୁରକ୍ଷା ହଟାଯିବାକୁ ନେଇ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ କଂଗ୍ରେସ ଖପ୍ପା ହୋଇଛି। ଏଭଳି ନିଷ୍ପତ୍ତି ଫଳରେ ଭାରତ ସରକାର ଗାନ୍ଧୀ ପରିବାରର ଜୀବନ ସହିତ ଖେଳୁଛନ୍ତି ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର ଏହି ନିଷ୍ପତ୍ତି ପରେ କଂଗ୍ରେସ ନେତା କେସି ବେଣୁଗୋପାଳ ରାଓ କ୍ରୋଧିତ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଫଳରେ ଭାରତ ସରକାର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଜୀବନ ସହିତ ଖେଳୁଛନ୍ତି।

ଏନେଇ କଂଗ୍ରେସ ନେତା ଅହମ୍ମଦ ପଟେଲ କହିଛନ୍ତି, ଏମିତି କରି ମୋଦୀ ସରକାର ରାଜନୀତିର ତଳ ସ୍ଥରକୁ ଖସିଯାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଯେତେବେଳେ ବିଜେପି ସରକାରରେ ରହୁଛି ସେହି ସମୟରେ ଗାନ୍ଧୀ ପରିବାରରୁ ସୁରକ୍ଷା ହଟାଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ମଧ୍ୟ ଏଭଳି ହୋଇଥିବା କଂଗ୍ରେସ କହିଛି।

prayash

ଉଲ୍ଲେଖ ଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ଭାବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ରହିଥିବା ବିପଦକୁ ଆଧାର କରି ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା। ମାତ୍ର ଗତକାଲି ସେମାନଙ୍କ ଠାରୁ ଏସପିଜି ସୁରକ୍ଷା ହଟାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ଗୃହ ମନ୍ତ୍ରଣାଳୟର ସୁରକ୍ଷା ସମୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

kalyan agarbati

Comments are closed.