www.samajalive.in
Wednesday, December 10, 2025
15.1 C
Bhubaneswar

ସିସିଟିଭି ଫୁଟେଜରେ ମଣ୍ଟୁ ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ, ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ଅଭିଯୁକ୍ତ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗୁଳି କରି ହତ୍ୟା କରାଯାଇଛି। ବ୍ରଜରାଜନଗର ମୁଖ୍ୟ ବଜାରରେ ଥବା ଏକ କାଫେ ଶପ୍‌ରେ ମଣ୍ଟୁ ଥିବାବେଳେ କିଛି ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। କାଫେରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମଣ୍ଟୁକୁ ଦୁର୍ବୃତ୍ତମାନେ କିପରି ନିର୍ମମ ଭାବେ ହତ୍ୟା କରିଛନ୍ତି ତାହାର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମଣ୍ଟୁଙ୍କୁ ୩ ରାଉଣ୍ଡ ଗୁଳି କରିଥିଲେ। ପ୍ରଥମେ ତାଙ୍କ ଛାତିକୁ ଗୁଳି କରାଯାଇଥିଲା। ମଣ୍ଟୁ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡକୁ ଅତି ନିକଟରୁ ୨ ରାଉଣ୍ଡ ଗୁଳି କରାଯାଇଥିଲା। ଘଟଣାସ୍ଥଳରେ ମଣ୍ଟୁଙ୍କ ମୃତ୍ୟୁ ଘଟିଥିଲା। ସମ୍ମୁଖରେ ଘଟିଥିବା ଏହି ଘଟଣାକୁ ନେଇ ସେଠାରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମୟରେ ଉପସ୍ଥିତ ଥିବା କେତେଜଣ ଲୋକ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories