ଦେଶ ଛାଡ଼ିଲେ ଉତ୍ତରକୋରିଆର ସେନାଧିକାରୀ
ସିଓଲ : ଉତ୍ତରକୋରିଆର ଜଣେ ସେନାଧିକାରୀ ଦେଶଛାଡି ଦକ୍ଷିଣକୋରିଆ ପଳାଇଛନ୍ତି । ଉତ୍ତରକୋରିଆ ସୀମାନ୍ତ ବାଏଙ୍ଗାନିୟୋଙ୍ଗ ଦ୍ୱୀପରୁ ଏକ ଡଙ୍ଗା ଯୋଗେ ସେନାଧିକାରୀ ଜଣକ ସମୁଦ୍ର ମାର୍ଗରେ ଦକ୍ଷିଣ କୋରିଆ ପଳାଇଛନ୍ତି । ତେବେ ସେନାଧିକାରୀଙ୍କ ସହ ଜଣେ ନାଗରିକ ଦେଶ ଛାଡ଼ି ଚାଲିଯାଇଥିବା କୁହାଯାଉଛି । ଦକ୍ଷିଣକୋରିଆ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଉତ୍ତରକୋରିଆ ସୁରକ୍ଷା ଏଜେନ୍ସି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ୨୦୦୦ମସିହାରୁ ଏପର୍ଯ୍ୟନ୍ତ ୧୪ଜଣ ସେନାଧିକାରୀ ଉତ୍ତରକୋରିଆ ଛାଡ଼ି ଦକ୍ଷିଣକୋରିଆ ସେନାରେ ଯୋଗଦେଇଛନ୍ତି । ଉତ୍ତରକୋରିଆରେ ଜୀବନ ଧାରଣ କଷ୍ଟକର ହୋଇପଡ଼ିଥିବାରୁ ଅନେକ ଲୋକ ଦେଶ ଛାଡ଼ି ଅନ୍ୟତ୍ର ପଳାଇବାକୁ ଉଚିତ୍ ମଣୁଛନ୍ତି ବୋଲି କୁହାଯାଉଛି ।