ପାକିସ୍ତାନରେ ୨୪ଖ୍ରୀଷ୍ଟିୟାନ ଯୁବକଙ୍କୁ ଅପହରଣ ଅଭିଯୋଗ

0

କରାଚି; ପାକିସ୍ତାନରେ ୨୪ଜଣ ଖ୍ରୀଷ୍ଟିୟାନ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ନେତା ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ ୩୦ ଠାରୁ ଆଜିଯାଏଁ ପାଖାପାଖି ୨୪ ଜଣ ଖ୍ରୀଷ୍ଟିୟାନ ଯୁବକଙ୍କୁ କରାଚିରୁ ଅପହରଣ କରି ବାହାରକୁ ନିଆଯାଇଛି । ଏନେଇ ପାକିସ୍ତାନ ଖ୍ରୀଷ୍ଟିୟାନ ନେତାମାନେ ଶୁକ୍ରବାର କରାଚି ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅପହରଣ ଯୁବକମାନଙ୍କ ପରିବାରବର୍ଗ ଅଭିଯୋଗ କରିଛିନ୍ତି ଯେ, ଏହି ପ୍ରକିୟା ମାର୍ଚ୍ଚ ୩୦ ଠାରୁ ଆରମ୍ଭହୋଇଛି । ୟୋହାନାବାଦ ଅଞ୍ଚଳରେ ୧୫ ଏପ୍ରିଲରେ ୪ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା ଏବଂ ମେ ଆଠରେ ୧୪ ଜଣ ଯୁବକ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସେନା ପୋଷାକଧାରି କିଛିଲୋକ ଆସି ବଳପୂର୍ବକ ଗୃହ ମଧ୍ୟରେ ପ୍ରବେଶକରି ଯୁବକ ମାନଙ୍କୁ ଉଠାଇ ନେଇଛନ୍ତି ।

Leave A Reply