www.samajalive.in
Monday, December 15, 2025
24.1 C
Bhubaneswar

ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ମା’ଲକ୍ଷ୍ମୀ ଧନର ଦେବୀ। ମା’ଙ୍କ କୃପା ପ୍ରାପ୍ତି ଓ ଧନସମୃଦ୍ଧି ପାଇଁ ସଭିଏଁ ବହୁ ଉପାୟ କରିଥାଆନ୍ତି। ଧନ ପ୍ରାପ୍ତି ପାଇଁ ମା’ଙ୍କୁ ପ୍ରସନ୍ନ କରିବାର ସନ୍ଦେଶ ତାଙ୍କ ଫଟୋରେ ହିଁ ଲୁଚି ରହିଥାଏ। ଏହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହା ବିଷୟରେ ….
ମା’ଲକ୍ଷ୍ମୀଙ୍କ ଫଟୋରେ କିମ୍ବା ମୂର୍ତ୍ତିରେ ତାଙ୍କୁ ପଦ୍ମ ଫୁଲରେ ବିରାଜିତ ହୋଇଥିବାର ଦେଖିବାକୁ ମିଳେ। ଏହାର ଏକ ଧାର୍ମିକ କାରଣ ସହ ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି।
ପଦ୍ମ ଫୁଲ ନିଜର ସୁନ୍ଦରତା, ନିର୍ମଳତା ଓ ଗୁଣ ପାଇଁ ପରିଚିତ। ଏହା ପଙ୍କରେ ଫୁଟିଥାଏ। ମାତ୍ର ପଙ୍କର କୌଣସି ପ୍ରଭାବ ପଦ୍ମ ଫୁଲ ଉପରେ ପଡ଼ିନଥାଏ।
ପଦ୍ମ ଫୁଲ ଉପରେ ବିରାଜିତ ମା’ଲକ୍ଷ୍ମୀ ଏହି ସନ୍ଦେଶ ଦେଇଥାଆନ୍ତି କି ସେ ସେହି ବ୍ୟକ୍ତିଙ୍କ ଉପରେ କୃପା କରିଥାଆନ୍ତି , ଯେ କି ପଙ୍କ ସମାନ ଲୋଭମାୟା, ଧନସମ୍ପତ୍ତିର ଲୋଭ, ଅନ୍ୟାୟ ଠାରୁ ଦୂରରେ ରହି ମନରେ ନିର୍ମଳତା ଓ ପବିତ୍ରତା ରଖିଥାଏ। ସେହି ପ୍ରକାରର ବ୍ୟକ୍ତିଙ୍କ ଉପରେ ମା’ସର୍ବଦା କୃପା କରିଥାଆନ୍ତି। ଏହାସହ ମା’ଯେପରି ପଦ୍ମରେ ବିରାଜିତ ହୋଇ ସର୍ବଦା ନିଜ ଭକ୍ତଙ୍କୁ କରୁଣ ଦୃଷ୍ଟିରେ ଦେଖିବା ସହ କୃପା କରିଥାଆନ୍ତି ସେଭଳି ମନୁଷ୍ୟ ମଧ୍ୟ ସର୍ବଦା ଅନ୍ୟମାନଙ୍କ ପ୍ରତି କରୁଣାଭାବ ରଖିବା ଉଚିତ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories