www.samajalive.in
Monday, December 8, 2025
16.1 C
Bhubaneswar

ମୁକେଶ ଅମ୍ବାନୀଙ୍କ ଦୀପାବଳି ପାର୍ଟି : ଜାଣିବା ପାଇଁ ପଢନ୍ତୁ ଯୋଗଦେଲେ କେଉଁ କେଉଁ କ୍ରିକେଟର

ମୁମ୍ବଇ : ଆସନ୍ତାକାଲି ହେଉଛି ଆଲୋକର ପର୍ବ ଦୀପାବଳି। ଏନେଇ ଦେଶର ପ୍ରାୟ ସବୁଆଡେ ଆନନ୍ଦ ଉଲ୍ଲାସର ମାହୋଲ। ଦୀପାବଳିକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ପାଇଁ କାଲିର ଦିନକୁ ହିନ୍ଦୁମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଛନ୍ତି। ଅପେକ୍ଷା କରିଛନ୍ତି। ଦୀପାବଳି ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ଦୀପାବଳି ପାର୍ଟିର ଆୟୋଜନ କରାଯାଉଛି। ଏହି ଅବସରରେ ରିଲାଏନ୍ସ କମ୍ପାନୀର ମାଲିକ ତଥା ଭାରତର ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ ଘରେ ଗୁରୁବାର ଦୀପାବଳି ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ନାମିନଦାମୀ ବ୍ୟକ୍ତି ଯୋଗଦେବାସହ ଅନେକ କ୍ରିକେଟ ଷ୍ଟାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ଦଳର ହିଟ୍ ମ୍ରାନ ରୋହିତ ଶର୍ମାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହଙ୍କ ପର୍ୟ୍ୟନ୍ତ ଅନେକ କ୍ରିକେଟର ନିଜ ପତ୍ନୀମାନଙ୍କ ସହ ଏଥିରେ ଯୋଗଦେଇଥିଲେ। ସେମାନେ ସୁନ୍ଦର ସୁନ୍ଦର ପୋଷାକ ପରିଧାନ କରି ପାର୍ଟିରେ ବେଶ୍ ଝଲସୁଥିଲେ। ମୁକେଶ ଅମ୍ବାନୀଙ୍କ ପାର୍ଟିରେ ଯୋଗଦେଇଥିବା କ୍ରିକେଟରମାନଙ୍କ ଫଟୋଚିତ୍ର………..

ଆଇପିଏଲରେ ମୁକେଶ ଅମ୍ବାନୀଙ୍କ ମାଲିାକାନା ଥିବା କ୍ରିକେଟ ଦଳ ମୁମ୍ବଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ଧର୍ମପତ୍ନୀ ରିତିକା।

- Advertisement -

ଭାରତୀୟ ଦଳର ପୂର୍ବତନ ଷ୍ଟାର କ୍ରିକେଟ ତଥା ଅଲରାଉଣ୍ଡର ଯୁବରାଜ ସିଂହ ଓ ତାଙ୍କ ଧର୍ମପତ୍ନୀ ହେଜଲ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜାହିର ଖାନ ଓ ଧର୍ମପତ୍ନୀ ସାଗରିକା

ଭାରତୀୟ କ୍ରିକେଟ ଦଳର ବେଷ୍ଟ ଅଲରାଉଣ୍ଡର ତଥା ଆଇପିଏଲରୁ ଅମ୍ବାନୀଙ୍କ ଟିମ୍ ମୁମ୍ବଇ ଇଣ୍ଡିଆନ୍ସର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡିଆ

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ଆଇପିଏଲରେ ମୁକେଶ ଅମ୍ବାନୀଙ୍କ ମାଲିାକାନା ଥିବା କ୍ରିକେଟ ଦଳ ମୁମ୍ବଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ମହିଳା ଜୟବର୍ଦ୍ଧନେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories