କର୍ଣ୍ଣାଟକ ବିଧାନସଭା: ବିଜେପିକୁ ବହୁମତ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ସରକାର ଗଠନ ପାଇଁ  ବିଜେପିକୁ ବହୁମତ ମିଳୁଛି। ୨୨୨ଟି ବିଧାନସଭା ଆସନ ପାଇଁ ଗତ ୧୨ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଗଣତି ଜାରି ରହିଥିବା ବେଳେ ବିଜେପି ୧୧୯ଟି ଆସନରେ ଆଗୁଆ ରହି ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ଏହି ଧାରା ଜାରି ରହିଲେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କର୍ଣ୍ଣାଟକରେ ସରକାର ଗଠନ କରିବ। ଅପରପକ୍ଷରେ କଂଗ୍ରେସ ୫୭ଟି, ଜେଡିଏସ୍‍ ୪୪ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି।

Leave A Reply