ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ବୋମା ଠାବ

0

ଇତିମଧ୍ୟରେ ୭୩ ବର୍ଷ ଅତିବାହିତ ହୋଇଗଲାଣି ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବାର। ୧୯୩୯-୧୯୪୫ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିବା ସହ ଦୁଇ ପକ୍ଷ ମଧ୍ୟରୁ ଘମାଘୋଟ ଲଢ଼େଇ ହୋଇଥିଲା। ଯୁଦ୍ଧ ଶେଷ ହୋଇ ଏହାର ତଥ୍ୟ ଇତିହାସରେ ସ୍ଥାନିତ ହେବା ପରେ ମଧ୍ୟ ଯୁଦ୍ଧରେ ବ୍ୟବହୃତ ଜିନିଷମାନ ବିଭିନ୍ନ ସମୟରେ ଠାବ ହେଉଛି। ଶୁକ୍ରବାର ହଂକଂ​‌େ​‌ର ନୂତନ ଭାବେ ନିର୍ମାଣ କରାଯାଉଥିବା ମେଟ୍ରୋ ରେଳଷ୍ଟେସନ ନିକଟରେ ଏକ ବୋମା ଠାବ କରାଯାଇଛି। ବିଶେଷଜ୍ଞଦଳକୁ ଡକାଯାଇ ଏହି ବୋମା ଚିହ୍ନଟ ପରେ ତୁରନ୍ତ ଉପସ୍ଥିତ ୧୨୦୦ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ୪୫୦ କିଲୋର ଏହି ବୋମା ନିଷ୍କ୍ରିୟ ହେବା ନିମନ୍ତେ ୨୦ଘଣ୍ଟା ସମୟ ଲାଗିଥିଲା। ମିଳିଥିବା ତଥ୍ୟ ଅନୁସାରେ ଆମେରିକା ପ୍ରସ୍ତୁତ ଏହି ବୋମା ଯେ କୌଣସି ସମୟରେ କ୍ଷତି ଘଟାଇ ପାରିଥାନ୍ତା। କେବଳ ଗଭୀରତାରେ ଥିବା କାରଣରୁ କୌଣସି ଅସୁବିଧା ଉପୁଜିନଥିଲା। ଚଳିତ ବର୍ଷ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଠାବ ହୋଇଥିବା ବୋମା ମଧ୍ୟରୁ ହଂକଂର ଏହି ବୋମାର କ୍ରମାଙ୍କ ୩ ବୋଲି ପ୍ରକାଶ।

Leave A Reply