Patra electronics

କର୍କଟ ରୋଗରୁ ରକ୍ଷା ପାଇଁ ନଖରେ ଲଗାନ୍ତୁ ଏହି ଯନ୍ତ୍ର

0

ଜ୍ଞାନକୌଶଳର ପ୍ରଗତିରେ ଅନେକ ଉତ୍ତମ ପଦକ୍ଷେପ ମଧ୍ୟ ନିଆଯାଇପାରୁଛି। ଏବର ଜୀବନଶୈଳୀରେ କିଏ କେ​ତେବେଳେ କେଉଁ ରୋଗରେ ଆକ୍ରାନ୍ତ ହେବ, ତାହାର ପୂର୍ବାନୁମାନ କରିବା ମୁସ୍କିଲ୍ ଅଟେ। ଏଣୁ ସ୍ବାସ୍ଥ୍ୟ ସଚେତନ ହେବା ନିମନ୍ତେ ବିଭିନ୍ନ କମ୍ପାନୀ ଜନସାଧାରଣଙ୍କୁ ଉଚ୍ଚକ୍ଷମତାଶାଳୀ ଯନ୍ତ୍ରଗୁଡ଼ିକ ଭେଟିଦେଉଛି। ମେ ୧୧ରେ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ କେତେକ କମ୍ପାନୀ ସେମାନଙ୍କ ନୂତନ ପ୍ରକାରର ଯନ୍ତ୍ରଗୁଡ଼ିକର ଉନ୍ମୋଚନ କରିଥିଲେ। ଲରିଏଲ୍ କମ୍ପାନୀ ‘ୟୁଭି ସେନ୍ସ’ ନାମକ ଯନ୍ତ୍ରର ବଜାର ପ୍ରବେଶ କରାଇଛି। ଏହି ଯନ୍ତ୍ରଟି ଏତେ ଛୋଟ ଯେ ନଖ ଉପରେ ମଧ୍ୟ ଏହାକୁ ଲଗାଇହେବ। ଯନ୍ତ୍ରର ମୁଖ୍ୟ କାମ ହେଉଛି ତାହା ଶରୀରରେ ପ୍ରବେଶ କରୁଥିବା ଅତିବାଇଗଣୀ ରଶ୍ମିର ସ୍ତରକୁ ମନିଟର୍ କରିଥାଏ। ଜଣେ ବ୍ୟକ୍ତି କେତେ ସମୟ ଖରାରେ ଛିଡ଼ା ହେବା ଦରକାର, ତାହା ମଧ୍ୟ ଏହି କୁନି ଯନ୍ତ୍ରଟି ସୂଚିତ କରେ। ଅଧିକ ପରିମାଣର ଅତିବାଇଗଣୀ ରଶ୍ମି ଶରୀରକୁ ପ୍ରବେଶ କଲେ ତାହା କର୍କଟ ରୋଗର ଆଶଙ୍କା ସୃଷ୍ଟି କରେ। ଏଣୁ ଯନ୍ତ୍ରଟି ଏ ବାବଦରେ ବ୍ୟକ୍ତିଙ୍କୁ ତୁରନ୍ତ ସୂଚିତ କରେ।

ଜଣେ ବ୍ୟକ୍ତି ଚାହିଁଲେ ନିଜ ସ୍ମାର୍ଟଫୋନ୍ ଜରିଆରେ ମଧ୍ୟ ଯନ୍ତ୍ର ସହିତ ଯୋଗାଯୋଗ କରି ନିୟମିତ ଶରୀର ସମ୍ପର୍କିତ ତଥ୍ୟ ଜାଣିପାରିବ। ବିଦେଶରୁ ଆସିଥିବା ବିଶେଷଜ୍ଞ ଦଳ ମଧ୍ୟ ଯନ୍ତ୍ରଟିର ପ୍ରଶଂସା କରିଥିଲେ। ଏହି କୁନି ‘ୟୁଭ ସେନ୍ସ’ ଯନ୍ତ୍ରଟି ମହଙ୍ଗା ବୋଲି ପ୍ରକାଶ। ଜୁନ୍ ବେଳକୁ ଏହା ଭାରତୀୟ ବଜାରରେ ବିକ୍ରି ଆରମ୍ଭ ହେବାର ଯୋଜନା ରହିଛି।ନକୌଶଳର ପ୍ରଗତିରେ ଅନେକ ଉତ୍ତମ ପଦକ୍ଷେପ ମଧ୍ୟ ନିଆଯାଇପାରୁଛି। ଏବର ଜୀବନଶୈଳୀରେ କିଏ କେ​‌େ​‌ତବେଳେ କେଉଁ ରୋଗରେ ଆକ୍ରାନ୍ତ ହେବ, ତାହାର ପୂର୍ବାନୁମାନ କରିବା ମୁସ୍କିଲ୍ ଅଟେ। ଏଣୁ ସ୍ବାସ୍ଥ୍ୟ ସଚେତନ ହେବା ନିମନ୍ତେ ବିଭିନ୍ନ କମ୍ପାନୀ ଜନସାଧାରଣଙ୍କୁ ଉଚ୍ଚକ୍ଷମତାଶାଳୀ ଯନ୍ତ୍ରଗୁଡ଼ିକ ଭେଟିଦେଉଛି। ମେ ୧୧ରେ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ କେତେକ କମ୍ପାନୀ ସେମାନଙ୍କ ନୂତନ ପ୍ରକାରର ଯନ୍ତ୍ରଗୁଡ଼ିକର ଉନ୍ମୋଚନ କରିଥିଲେ। ଲରିଏଲ୍ କମ୍ପାନୀ ‘ୟୁଭି ସେନ୍ସ’ ନାମକ ଯନ୍ତ୍ରର ବଜାର ପ୍ରବେଶ କରାଇଛି। ଏହି ଯନ୍ତ୍ରଟି ଏତେ ଛୋଟ ଯେ ନଖ ଉପରେ ମଧ୍ୟ ଏହାକୁ ଲଗାଇହେବ। ଯନ୍ତ୍ରର ମୁଖ୍ୟ କାମ ହେଉଛି ତାହା ଶରୀରରେ ପ୍ରବେଶ କରୁଥିବା ଅତିବାଇଗଣୀ ରଶ୍ମିର ସ୍ତରକୁ ମନିଟର୍ କରିଥାଏ। ଜଣେ ବ୍ୟକ୍ତି କେତେ ସମୟ ଖରାରେ ଛିଡ଼ା ହେବା ଦରକାର, ତାହା ମଧ୍ୟ ଏହି କୁନି ଯନ୍ତ୍ରଟି ସୂଚିତ କରେ। ଅଧିକ ପରିମାଣର ଅତିବାଇଗଣୀ ରଶ୍ମି ଶରୀରକୁ ପ୍ରବେଶ କଲେ ତାହା କର୍କଟ ରୋଗର ଆଶଙ୍କା ସୃଷ୍ଟି କରେ। ଏଣୁ ଯନ୍ତ୍ରଟି ଏ ବାବଦରେ ବ୍ୟକ୍ତିଙ୍କୁ ତୁରନ୍ତ ସୂଚିତ କରେ। ଜଣେ ବ୍ୟକ୍ତି ଚାହିଁଲେ ନିଜ ସ୍ମାର୍ଟଫୋନ୍ ଜରିଆରେ ମଧ୍ୟ ଯନ୍ତ୍ର ସହିତ ଯୋଗାଯୋଗ କରି ନିୟମିତ ଶରୀର ସମ୍ପର୍କିତ ତଥ୍ୟ ଜାଣିପାରିବ। ବିଦେଶରୁ ଆସିଥିବା ବିଶେଷଜ୍ଞ ଦଳ ମଧ୍ୟ ଯନ୍ତ୍ରଟିର ପ୍ରଶଂସା କରିଥିଲେ। ଏହି କୁନି ‘ୟୁଭ ସେନ୍ସ’ ଯନ୍ତ୍ରଟି ମହଙ୍ଗା ବୋଲି ପ୍ରକାଶ। ଜୁନ୍ ବେଳକୁ ଏହା ଭାରତୀୟ ବଜାରରେ ବିକ୍ରି ଆରମ୍ଭ ହେବାର ଯୋଜନା ରହିଛି।

Leave A Reply