www.samajalive.in
Sunday, December 7, 2025
26.1 C
Bhubaneswar

ପେଶାରେ ନର୍ସ, ନିଶାରେ ସାପ ଧରାଳି, ଦେଖନ୍ତୁ ଯୁବତୀଙ୍କ ଭିଡିଓ, କେମିତି ଧରନ୍ତି ସାପ..

ରାୟପୁର : ଛତିଶଗଡର ବିଳାସପୁରର ବାସିନ୍ଦା ଅଜିତା ପାଣ୍ଡେ ନିଜର ସାହାସିକତା ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ସେ ‘ସ୍ନେକ୍‌ ଗର୍ଲ’ ନାମରେ ମଧ୍ୟ ଜଣାଶୁଣା । ଗତ କିଛି ବର୍ଷ ମଧ୍ୟରେ ଅଜିତା ହଜାର ହଜାର ସାପକୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି । ସାପକୁ ଉଦ୍ଧାର କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଛି । ଏହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି ।

- Advertisement -

ସାପ ଧରାଳୀମାନେ ଅଜିତାଙ୍କ ଘରକୁ ଆସିବା ପରେ ତାଙ୍କର ସାପ ପ୍ରତି ଅଧିକ ଆଗ୍ରହ ବଢିଥିଲା ।ସେ ବହି, ଖବରକାଗଜ ସହ ଇଣ୍ଟରନେଟ୍‌ ମାଧ୍ୟମରେ ନିଜକୁ ଏନେଇ ଶିକ୍ଷିତ କରିଥିଲେ । ସେ ନିଷ୍ପତ୍ତି ନେଇଥିଲେ ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବେ । ଅକାରଣେ ହେଉଥିବା ସାପ ମୃତ୍ୟୁକୁ ରୋକିବେ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ।


ଅଜିତା କରୋନା ମହାମାରୀ ସମୟରେ ବଡ ସାପକୁ ବଞ୍ଚାଇବାର ରେକର୍ଡ କରିଥିଲେ । ମାର୍ଚ୍ଚ ୨୦୧୭ରୁ ଜୁଲାଇ ୨୦୨୧ ମଧ୍ୟରେ ପ୍ରାୟ ୯୮୪ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ସହାୟତାରେ ଜଙ୍ଗଲରେ ଛାଡି ଥିଲେ । ଅନେକ ପରିଶ୍ରମ ଓ ଅଦ୍ଭୁତ ଯୋଗଦାନ ଫଳରେ ସେ ଏହି ସଫଳତା ହାସଲ କରିଛନ୍ତି ।
ଏହାସହ ଅଜିତା ନର୍ସିଂ ଓ ବନ୍ୟଜୀବ ସଂରକ୍ଷଣରେ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି । ଅଜିତା ବିଳାସପୁରରେ ଜଣେ ନର୍ସିଂ ଅଧିକାରୀ । ସାପ ପ୍ରତି ତାଙ୍କର ଆଗ୍ରହ ଓ ଜୀବଜନ୍ତୁଙ୍କ ପ୍ରତି ଥିବା ଭଲପାଇବାର ଅନେକ ଭିଡିଓ ମଧ୍ୟ ଶେୟାର କରନ୍ତି ।

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories