ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

0

ଗୋପ : ଗୋପ ଥାନା ଅଧିନ ନୟାହାଟ ଫାଣ୍ଡି ଯୋଗେଶ୍ୱର ପୁର ନିକଟରେ ଜୈନିକ ୫ମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଷ୍କର୍ମ ଉଦମ୍ୟ ହୋଇଛି । ସୂଚନା ଅନୁଯାୟୀ ନାବାଳିକା ଜଣକ ବଜାରକୁ ଲେମ୍ବୁ ପାଣି ପିଇବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ନାବାଳିକାକୁ ନିକଟରେ ଥିବା ବିଦ୍ୟାଳୟ ପରିସରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ସ୍କୁଲ ପରିସରରୁ ନାବାଳିକାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରଯାଇଥିଲା । ନାବାଳିକାକୁ ପ୍ରଥମ ଚରିଛକ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply