ଶିଶୁ ସମ୍ମୁଖରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ୨ ପୁଲିସ ଅଧିକାରୀ ନିଲମ୍ବିତ
ମୁମ୍ବଇ : ଟ୍ରାଫିକ ନିୟମ ମାନି ନ ଥିବା ଲୋକଙ୍କ ବିରୋଧରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଏକ ନିର୍ଦଶନ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲାରେ ଦେଖିବାକୁ ମଳିଛି। ଦୁଇ ଜଣ ପୁଲିସ କର୍ମଚାରୀ ଏସପି ବୀରେନ୍ଦ୍ର ମିଶ୍ର ଏବଂ ହେଡକନଷ୍ଟେବଳ ମହେନ୍ଦ୍ର ପ୍ରସାଦ ଜଣେ ବ୍ୟକ୍ତିଙ୍କୁ ଏକ ଶିଶୁ ସମ୍ମୁଖରେ ଅତି ଅମାନବୀୟ ଢଙ୍ଗରେ ନିସ୍ତୁକ ମାଡ଼ ମାରିଛନ୍ତି।
ରିଙ୍କୁ ପାଣ୍ଡେ ନାମକ ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ନ ଥିବାରୁ ମିଶ୍ର ଓ ପ୍ରସାଦ ତାଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ। କାଗଜପତ୍ର ଯାଞ୍ଚ ପାଇଁ ଅଟକାଇବାରୁ ରିଙ୍କୁ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ମିଶ୍ର ଓ ପ୍ରସାଦ ରିଙ୍କୁଙ୍କ ବାଇକ ଚାବି ଛଡାଇନେବା ପରେ ତାଙ୍କୁ ବାଇକ ଉପରୁ ଘୋଷାରି ଆଣି ଆଖିବୁଜା ବିଧାଗୋଇଠା ମାରି ଚାଲିଥିଲେ। ଏହି ସମୟରେ ବାଇକ ଉପରେ ବସିଥିବା ଶିଶୁଟି ସେମାନଙ୍କ ନିକଟକୁ ଯାଇ କିଛି କହିଥିଲେ ମଧ୍ୟ ସେମାନେ ତାହା ଆଦୌ ଶୁଣି ନ ଥିଲେ। ପରେ ମଡ଼ା କମିବାରୁ ରିଙ୍କୁ ଶିଶୁଟିକୁ ବାଇକ ଉପରେ ବସାଇ ସେଠାରୁ ଚାଲି ଯିବାକୁ ଉଦ୍ୟମ କରିବା ବେଳେ ପୁନଃ ମିଶ୍ର ଓ ପ୍ରସାଦ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଏରାଲ ହେବା ପରେ ମିଶ୍ର ଓ ପ୍ରସାଦଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଅଧିକାରୀ ଦ୍ବୟଙ୍କ ମଧ୍ୟରୁ ଜଣେ ରିଙ୍କୁ ଉପରେ ବସି ଥିବା ବେଳେ ଅନ୍ୟ ଜଣେ ଆଖିବୁଜା ଗୋଇଠା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲିସର ଏଭଳି ଆଚରଣ ଲଜ୍ଜାଜନକ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଧରମ ବୀର ସିଂହ କହିଛନ୍ତି।