ମିସ୍‌ବା ହେଲେ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ

ଲାହୋର : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିସ୍‌ବା-ଉଲ୍-ହକ୍ ବୁଧବାର ପାକିସ୍ତାନ କ୍ରିକେଟ ଦଳର ମଖ୍ୟ ପ୍ରଶିକ୍ଷକଭାବେ ନିଯୁକ୍ତ ହୋଇଛନ୍ତି। ମିସ୍‌ବାଙ୍କୁ ଆଗାମୀ ତିନି ବର୍ଷ ପାଇଁ ଏକଦିବସୀୟ, ଟେଷ୍ଟ, ଟ୍ବେଣ୍ଟି-୨୦ ସମସ୍ତ ଫର୍ମାଟର ଦାୟିତ୍ୱ ଦିଆଯାଇଛି।
ସୂଚନାଥାଉକି, ଚଳିତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ବକପରେ ପାକିସ୍ତାନ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କ କାର୍ଯ୍ୟକାଳ ନ ବଢ଼ାଇବାକୁ ପିସିବି ନିଷ୍ପତ୍ତି ନେଇଥିଲା। ମିକି ଆର୍ଥର ବାଦ୍ ପଡିଥିବାରୁ ପିସିବି ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ମିସ୍‌ବାଙ୍କୁ ଦାୟିତ୍ବ ଦେଇଛି।

prayash
୪୫ ବର୍ଷୀୟ ମିସ୍‌ବା ପାକିସ୍ତାନ ତରଫରୁ ୭୫ଟି ଟେଷ୍ଟ ଓ ୧୬୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୨୦୧୦ ସ୍ପଟ୍ ଫିକ୍ସିଂ ବିବାଦ ପରେ ପାକିସ୍ତାନ ଦଳର ଛବି ଖରାପ ହୋଇଥିଲା। ସେହି ସମୟରେ ମିସ୍‌ବା ପାକିସ୍ତାନ ଦଳର ନେତୃତ୍ବ ନେଇ ଦଳକୁ ମଜଭୁତ କରି ଗଢ଼ି ତୋଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ।
kalyan agarbati

Comments are closed.