୯ ବର୍ଷର ପିଲା ହେଲା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ, ସାଲ୍ୟୁଟ କଲେ କର୍ମଚାରୀ

ଡେସ୍କ: ଜଣେ ୯ ବର୍ଷର ପିଲା, ସେ ପୁଣି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ। ଏକଥା ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ କିନ୍ତୁ ଏମିତି ଘଟିଛି ଉତ୍ତରପ୍ରଦେଶର ବାରଣାସୀରେ। ଗୋଟିଏ ଦିନ ପାଇଁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ହେଲେ ୯ ବର୍ଷର କର୍କଟ ରୋଗୀ ପ୍ରଭାତ ରଣଜିତ କୁମାର ଭାରତୀ। ଅଫିସ ଆସିବା ପରେ ଜଣଙ୍କ ପରେ ଜଣେ ପୁଲିସ ଅଧିକାରୀ ପ୍ରଭାତଙ୍କୁ ସାଲ୍ୟୁଟ କରିବା ସହ ହାତ ମିଳାଉ ଥିଲେ।

ଆଇଫୋନ୍ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ ନିଯୁକ୍ତି ମନା, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ସେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ସମୟରେ ଏଡିଜି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଗୋଟିଏ ଦିନ ଏଡିଜି ହୋଇଥିବା ପ୍ରଭାତଙ୍କୁ ପୁଲିସ ସଲାମ କରିଥିଲା।

ଏମିତି ଆସେ ମୃତ୍ୟୁ, ଅଫିସରେ ହୃଦଘାତରେ ଚାଲିଗଲା ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

ଏଡିଜି ପୀୟୂଷ ମୋର୍ଡିଆ କହିଛନ୍ତି ଯେ ଶିଶୁଟି ସୁସ୍ଥ ହେଉ ବୋଲି ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଛି। ଶିଶୁକୁ ଉତ୍ସାହିତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି। ଦିନେ ଦାୟିତ୍ୱ ନେବା ବେଳେ ପ୍ରଭାତ ରଣଜିତ କୁମାର ଭାରତୀ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ଏଡିଜି ଦାୟିତ୍ୱରେ ଥିବା ୯ ବର୍ଷର ଶିଶୁକୁ ସମସ୍ତ ନିର୍ଦ୍ଦେଶକୁ ସଲାମି ସହ ପାଳନ କରିବାକୁ ବୁଝାଇଥିଲେ।

Comments are closed.