ଆଇଫୋନ୍ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ ନିଯୁକ୍ତି ମନା, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ଡେସ୍କ: ଫକ୍ସକନ୍ ଇଣ୍ଡିଆ ଆପଲ୍ ଆଇଫୋନ୍ କାରଖାନାରେ ବିବାହିତ ମହିଳାଙ୍କୁ କାମ କରିବାକୁ ଦିଆଯାଉନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ରିପୋର୍ଟକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ତାମିଲନାଡୁ ସରକାରଙ୍କ ଶ୍ରମ ବିଭାଗଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି।

ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ

ସମାନ ପାରିଶ୍ରମିକ ଆଇନ, ୧୯୭୬ର ଧାରା ୫ରେ ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ଦେବା ସମୟରେ କୌଣସି ଭେଦଭାବ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଯେହେତୁ ଏହି ଆଇନର ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଏବଂ ପ୍ରଶାସନ ପାଇଁ ରାଜ୍ୟ ସରକାର ଉପଯୁକ୍ତ କର୍ତ୍ତୃପକ୍ଷ, ତେଣୁ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମଗାଯାଇଛି।

ସୁଲଭ, ସହାୟକ ଏବଂ ଦକ୍ଷ ନ୍ୟାୟ ପ୍ରଦାନ ବ୍ୟବସ୍ଥା – ଜୁଲାଇ ୧ରୁ ଲାଗୁ ହେବ ୩ଟି ନୂଆ ଅପରାଧିକ ଆଇନ

ଏଥିସହ ଆଞ୍ଚଳିକ ମୁଖ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସକୁ ବିଜେପିର ଟାର୍ଗେଟ – ସମ୍ବିଧାନ ପ୍ରତି ପ୍ରକୃତ ସମ୍ମାନ ରହିବା ଦରକାର

Comments are closed.