www.samajalive.in
Monday, December 15, 2025
16.1 C
Bhubaneswar

ନଜର ଆଢ଼ୁଆଳରେ ପ୍ରାଚୀନ ଡାହଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର 

କଳାପଥର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମରେ ଥିବା ଦଶମ ଓ ଏକାଦଶ ଶତାବ୍ଦୀର ପ୍ରାଚନୀ ଡାହାଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି ।  ଦଶମ ଓ ଏକାଦଶ ଶତାବ୍ଦୀ ଡାହାଳିଆ ସମ୍ପ୍ରଦାୟ ରାଜାମାନଙ୍କ ଦ୍ୱାରା ସାଁପୁର ଠାରେ ସ୍ଥାପିତ ଏହି ପ୍ରାଚୀନ ମନ୍ଦିର ସରକାରଙ୍କ ନଜର ଆଢ଼ୁଆଳରେ ରହିଛି ଓ ଏହି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ କୌଣସି ସୁବିଧା ନାହିଁ । ବିଶେଷ କରି ଏହି ମନ୍ଦିରରେ ଚୌରାଶିଆ ଠାକୁରାଣୀଙ୍କୁ କୈବର୍ତ୍ତ୍ୟ ସଂପ୍ରଦାୟର ପୂଜକମାନେ ବହୁ କାଳରୁ ପୂଜା କରିଆସୁଛନ୍ତି ।
କୌବର୍ତ୍ତ୍ୟମାନେ ନୌକାରେ ଯିବା ଆସିବା କରିବା ଓ ମାଛମାରିବା ପୂର୍ବରୁ ଏହି ମନ୍ଦିରରେ ପୂଜା କରିଥାନ୍ତି ।  ଏହି ମନ୍ଦିରରେ ଚୈତ୍ରମାସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପୀଠକୁ ପର୍ଯ୍ୟଟନସ୍ଥଳୀରେ ମାନ୍ୟତା ଦେବା ସହ ମନ୍ଦିରର ଉନ୍ନତି ପାଇଁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସୁଶାନ୍ତ କୁମାର ଦଳେଇ ଓ  ଗ୍ରାମବାସୀମାନେ ବିଭାଗୀୟ କର୍ତ୍ତୁପକ୍ଷମାନଙ୍କୁ ଅନୁରୋଧ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories