www.samajalive.in
Saturday, December 6, 2025
14.1 C
Bhubaneswar

ନଜର ଆଢ଼ୁଆଳରେ ପ୍ରାଚୀନ ଡାହଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର 

କଳାପଥର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମରେ ଥିବା ଦଶମ ଓ ଏକାଦଶ ଶତାବ୍ଦୀର ପ୍ରାଚନୀ ଡାହାଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି ।  ଦଶମ ଓ ଏକାଦଶ ଶତାବ୍ଦୀ ଡାହାଳିଆ ସମ୍ପ୍ରଦାୟ ରାଜାମାନଙ୍କ ଦ୍ୱାରା ସାଁପୁର ଠାରେ ସ୍ଥାପିତ ଏହି ପ୍ରାଚୀନ ମନ୍ଦିର ସରକାରଙ୍କ ନଜର ଆଢ଼ୁଆଳରେ ରହିଛି ଓ ଏହି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ କୌଣସି ସୁବିଧା ନାହିଁ । ବିଶେଷ କରି ଏହି ମନ୍ଦିରରେ ଚୌରାଶିଆ ଠାକୁରାଣୀଙ୍କୁ କୈବର୍ତ୍ତ୍ୟ ସଂପ୍ରଦାୟର ପୂଜକମାନେ ବହୁ କାଳରୁ ପୂଜା କରିଆସୁଛନ୍ତି ।
କୌବର୍ତ୍ତ୍ୟମାନେ ନୌକାରେ ଯିବା ଆସିବା କରିବା ଓ ମାଛମାରିବା ପୂର୍ବରୁ ଏହି ମନ୍ଦିରରେ ପୂଜା କରିଥାନ୍ତି ।  ଏହି ମନ୍ଦିରରେ ଚୈତ୍ରମାସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପୀଠକୁ ପର୍ଯ୍ୟଟନସ୍ଥଳୀରେ ମାନ୍ୟତା ଦେବା ସହ ମନ୍ଦିରର ଉନ୍ନତି ପାଇଁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସୁଶାନ୍ତ କୁମାର ଦଳେଇ ଓ  ଗ୍ରାମବାସୀମାନେ ବିଭାଗୀୟ କର୍ତ୍ତୁପକ୍ଷମାନଙ୍କୁ ଅନୁରୋଧ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories