www.samajalive.in
Saturday, December 6, 2025
17.1 C
Bhubaneswar

ସେବା ଜାରି ରଖ, ଓଡ଼ିଶାବାସୀ ପୁଣି ସୁଯୋଗ ଦେବେ: ବିଜେଡି ନେତାଙ୍କୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର: ଆଗାମୀ ଦିନରେ ପରିଶ୍ରମ କରି ଲୋକଙ୍କ ନିକଟକୁ ଯାଇ ସେବା କରନ୍ତୁ। ନିଶ୍ଚିତ ଭାବେ ଓଡ଼ିଶାବାସୀ ପୁଣି ସେବା କରିବାର ସୁଯୋଗ ଆମକୁ ଦେବେ। ନୟାଗଡ଼ ଜିଲାର ସାଂଗଠନିକ ବୈଠକରେ ଦଳୀୟ ନେତୃମଣ୍ଡଳୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାରର ଭ୍ରଷ୍ଟାଚାର ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ମିଛ କହି ଲୋକଙ୍କଠାରୁ ଭୋଟ ନେଇଥିବା ବିଜେପି ଏବେ କେବଳ ଲୋକଙ୍କୁ ପ୍ରତାରଣା କରି ଚାଲିଛି। ଆପଣମାନେ ଏକତ୍ର ହୋଇ ଏ ପ୍ରବଞ୍ଚକ ସରକାର ଓ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖନ୍ତୁ। ମୁଁ ଆପଣମାନଙ୍କ ସହ ସଦାସର୍ବଦା ରହିଛି। ବର୍ଷା ପରେ ମୁଁ ନୟାଗଡ଼ ଜିଲାକୁ ଯାଇ ଆପଣଙ୍କୁ ଭେଟିବି ବୋଲି ସେ କହିଥିଲେ। ଲୋକଙ୍କ ସହ ସମ୍ପର୍କ ମଜଭୁତ କରିବା ପାଇଁ ଦଳର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ନବୀନ ପରାମର୍ଶ ଦେଇଥିଲେ। ବୈଠକରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲାର ନେତୃବର୍ଗ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories