କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ର ମହାବିରୋଡ଼ ଥାନା ବାମ ଗାଁରେ ବିଦ୍ୟୁତ ଆଘାତରେ ଦେଢ଼ ବର୍ଷ ଶିଶୁପୁତ୍ରର ମୃତ୍ୟୁ। ମୃତକ ବାମ ଗ୍ରାମ ହନୁମନ୍ତିଆ ସାହିର ପୂର୍ଣ୍ଣଚନ୍ଦ୍ର ସାଏଙ୍କ ଦେଢ଼ ବର୍ଷର ପୁଅ ରାଜେଶ ସାଏ।ରାଜେଶ ଘରେ ଏକାକି ଖେଳୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଶିଶୁ ପୁତ୍ରର ଚିତ୍କାର ଶୁଣି ମାଆ ଶିବାନୀ ସାଏ ପୁଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Comments are closed.