ଡେସ୍କ: ୧୦ ଦଫା ଦାବି ନେଇ ୨ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ନର୍ସିଂ ସଙ୍ଘ ସହ ଆଲୋଚନା ସଫଳ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ନର୍ସିଂ ସଙ୍ଘ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସିବା ପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ସେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘକୁ ଆହ୍ୱାନ ଦେଇଛନ୍ତି ଓ ସଙ୍ଘ ମଧ୍ୟ ରାଜି ହୋଇଛି।
ଅନ୍ୟପକ୍ଷରେ ନର୍ସିଂ ସଙ୍ଘ ସଭାପତି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା କହିଛନ୍ତି। ଆଲୋଚନା କାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି ପୂରଣ ନେଇ ପ୍ରତିଶୃତି ଦେଇଛନ୍ତି ଓ ରବିବାର କାର୍ଯ୍ୟରେ ଯୋଗ ଦେବେ ବୋଲି ସଙ୍ଘ ସଭାପତି କହିଛନ୍ତି।



