www.samajalive.in
Sunday, November 16, 2025
15.1 C
Bhubaneswar

ଆଠଗଡ କଲେଜ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ

ଆଠଗଡ: ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି ଜନୈକ ଅଧ୍ୟାପିକା। ଶୁକ୍ରବାର ରାତିରେ ଅଧ୍ୟାପିକା ବୀରକିଶୋରପୁର ଠାରେ ରହୁଥିବା ବାସଭବନରେ ଦୁଇ ଜଣ କର୍ମଚାରୀ ଜଣେ କିରାଣୀ ଓ ଜଣେ ଲାବୋରେଟାରୀ ଆସିଷ୍ଟାଣ୍ତ  ପହଞ୍ଚି ଗାଳିଗୁଲଜ ଓ ଧମକ ଚମକ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପରେ ୨୮୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଏ ବିଷୟରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କୁ ଯୋଗାଯୋଗ କରିବାରେ ଗତ ଅଗଷ୍ଟ ୧୫ ତାରିଖରେ  କଲେଜରେ କୌଣସି କାରଣରୁ ସଂପୃକ୍ତ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ହୋଇଥିବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ କଲେଜ ଘଟଣା ଥାନାରେ ପହଞ୍ଚିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ କିଛିଦିନ ହେଲାଣି ବିଭିନ୍ନ କାରଣରୁ କଲେଜର ବାତାବରଣ ଖରାପ ହୋଇଥିବାରୁ ତାହା ଶିକ୍ଷାଦାନ ଉପରେ ମଧ୍ଯ ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି ।
କଲେଜ ଅଧ୍ୟକ୍ଷ ଓ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ତୁରନ୍ତ କଲେଜର ବିବାଦର ସମାଧାନ ଦିଗରେ ପଦକ୍ଷେପ ନେଇ କଲେଜରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଦାବି ଆଠଗଡବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories