କଂଗ୍ରେସକୁ ବିଜେପିର ଟାର୍ଗେଟ – ସମ୍ବିଧାନ ପ୍ରତି ପ୍ରକୃତ ସମ୍ମାନ ରହିବା ଦରକାର

ଡେସ୍କ: ସଂସଦରେ ଏହାର ନକଲ ଦେଖାଇ ସମ୍ବିଧାନକୁ ସୁରକ୍ଷା ଦିଆଯାଇ ପାରିବ ନାହିଁ, କିନ୍ତୁ ଏହା ପ୍ରତି ପ୍ରକୃତ ସମ୍ମାନ ରହିବା ଦରକାର ବୋଲି ବିଜେପି ଆଜି କଂଗ୍ରେସକୁ ଟାର୍ଗେଟ କରିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ କଂଗ୍ରେସ ସାଂସଦମାନେ ନିଜକୁ ସମ୍ବିଧାନର ରକ୍ଷକ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ହିଁ କ୍ଷମତା ଲୋଭରେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ଆଭ୍ୟନ୍ତରୀଣ ନିରାପତ୍ତା ଆଇନରେ ପରିବର୍ତ୍ତନ ଏବଂ ୨୨ ଜଣଙ୍କ ହାଜତ ମୃତ୍ୟୁ ଭଳି ଜରୁରୀକାଳୀନ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ସେ ଉଲ୍ଲେଖ କହିଥିଲେ।

Comments are closed.