www.samajalive.in
Wednesday, December 10, 2025
26.1 C
Bhubaneswar

ଅନିକୋଣା ଗାଁରେ ଅଜଣା ଜ୍ଵର, ୨ ମୃତ 

କଲ୍ୟାଣସିଂହପୁର:ରାୟଗଡ଼ା ଜିଲାକଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଅନିକୋଣା ଗ୍ରାମରେ ଅଜଣା ଜ୍ଵରରେ ୨ ମୃତ ହୋଇଥିବାବେଳେ ବହୁ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ଲଳିତା ମିନିଆକା ୨୫ଙ୍କ ମୃତ ହୋଇଥିଲା। ରାତ୍ରି ହୋଇଯିବାରୁ ଆଜି ସକାଳେ ତାଙ୍କୁ ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ଗ୍ରାମର ଲୋକମାନେ ବନ୍ଧୁବାନ୍ଧବ ସମସ୍ତେ ଯାଇଥିଲେ। ଶ୍ମଶାନ ସବୁ ଲୋକମାନେ ଥିବା ବେଳେ ପୁଣି ପାଲାଇ କୁଲିସିକା ୩୫ଙ୍କ ମୃତ ହୋଇଗଲା । ଦୁଇ ଜଣଙ୍କ ମୃତ ହେବାରୁ ବନ୍ଧୁବାନ୍ଧବ ଲୋକମାନେ ଭୟଭୀତ ହେଉଥିବା ଜଣା ପଡିଛି। କାରଣ ଅଳ୍ପ ଦିନ ଉକ୍ତ ପଞ୍ଚାୟତ ଳମ୍ବେରି ଗାଁର ପାଞ୍ଚ ଜଣ ଲଗାତାର ମୃତ୍ୟୁ ହେବାରୁ ସେରିଗୁମା ପଞ୍ଚାୟତ ରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଥିଲା। ତାହାକୁ ନେଇ ବର୍ତ୍ତମାନ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହୋଇଛି।
ବର୍ତ୍ତମାନ ଉକ୍ତ ଗାଁରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଲୋକ ହେଉଛନ୍ତି ପାକିରି କୁଲିସିକା,ସୁନିତା କୁଲିସିକା,କାଟି କୁଲିସିକା,ଟିଲାଇ ପିଡ଼ିସିକା,ଲେମ୍ବର କୁଲିସିକା,ରାନୀ କୁଲିସିକା,ଅଁଳା କୁଲିସିକା,ମଳିକା କୁଲିସିକା ଓ ହାର୍ସ ପ୍ରାସ୍କା ଏହି ମାନେ ଆକ୍ରାନ୍ତ ଥିବାରୁ ଗାଁରେ ଏକ ପ୍ରକାର ଭୟ ହେଉଥିବା ଗାଁ ଲୋକେ କହିଛନ୍ତି। ଉକ୍ତ ବିଷୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଲେ ସେମାନଙ୍କୁ ଅଜଣା ଜର ହୋଇନାହିଁ ଲଳିତ ୩୨କୁ ବାନ୍ତି ଓ ବୃଦ୍ଧା ପାଲାଇଙ୍କୁ ପେଟ ବ୍ୟଥା ହୋଇ ମୃତ୍ୟୁ ବରଣ କରିଥିବା କହିଛନ୍ତି ।ସେମାନେ ଶିକରପାଇ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା ହୋଇ ଫେରି ଯାଇଥିଲେ ।ଅଧିକ ଚିକିତ୍ସା ନିମନ୍ତେ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇନଥିବା କହିଛନ୍ତି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories