www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟ କ୍ୟାବିନେଟର ୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଗୋସମ୍ପଦ ବୀମା ଯୋଜନା ପାଇଁ ୧୮୭.୪୨ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରେ ୧୫ ଲକ୍ଷ ୪୭ ହଜାର ୮୩୭ ଗୋପାଳଙ୍କ ଉପକୃତ ହେବେ। ଯୋଜନାରେ ଗୋପାଳନ, ସୁରକ୍ଷା ଓ ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ମଇଁଷି ପାଳନ ସମେତ ଗୋ ସମ୍ପଦ ବୀମା ନିମନ୍ତେ ରାଜ୍ୟ ସରକାର ୮୫% ଅର୍ଥ ପ୍ରଦାନ କରିବେ। ଅନ୍ୟ ପକ୍ଷରେ ଆଗାମୀ ୫ ବର୍ଷରେ ୧ ହଜାର ୪୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି।

କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଅନ୍ୟ ପ୍ରସ୍ତାବଗୁଡିକ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କର୍ମଚାରୀଙ୍କ ପାଇଁ ୫୫୦ଟି କର୍ମଚାରୀ ବାସଗୃହ ନିର୍ମାଣ କରାଯିବ। ୩୦ ମାସ ମଧ୍ୟରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧି ଆଉ ଦେଢ଼ ବର୍ଷ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ନିଷ୍ପତ୍ତି ମଧ୍ୟରେ ପରିସଂଖ୍ୟାନ ବିଭାଗର ତଥ୍ୟ ବିତରଣ ନିୟମରେ ସଂଶୋଧନ ପ୍ରସ୍ତାବ ଓ ବରିଷ୍ଠ ବିଚାରପତି ନିଯୁକ୍ତି ନିୟମରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories