ଏମିତି ଆସେ ମୃତ୍ୟୁ, ଅଫିସରେ ହୃଦଘାତରେ ଚାଲିଗଲା ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

ଡେସ୍କ: ବେଳେ ବେଳେ କୌଣସି ଲକ୍ଷଣ ନ ଥାଇ ମଧ୍ୟ ହଠାତ ମୃତ୍ୟୁ ଚାଲିଆସେ। କିଛି ଭାବିବା ପୂର୍ବରୁ କି କିଛି କରିବା ପୂର୍ବରୁ ଚାଲିଯାଏ ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବାରେ। ସମ୍ପୂର୍ଣ୍ଣ ଘଟଣା ମଧ୍ୟ ସିସି ଟିଭିରେ କଏଦ ହୋଇଛି। ମାତ୍ର ୧ ମିନିଟ ମଧ୍ୟରେ ସବୁ କିଛି ଶେଷ ହୋଇଯାଉଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମହୋବାରେ ଅଫିସରେ କାମ କରୁଥିବା ବେଳେ ହୃଦଘାତରେ ଜଣେ ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଏଚଡ଼ିଏଫସି ବ୍ୟାଙ୍କର ମହୋବା ମୁଖ୍ୟାଳୟରେ ଏଗ୍ରି ରିଜିଓନାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ହମିରପୁରର ୩୦ ବର୍ଷୀୟ ରାଜେଶ କୁମାର ସିନ୍ଦେ ସବୁଦିନ ଭଳି ଜୁନ ୧୯ରେ ଅଫିସ ଆସିଥିଲେ ଓ ପୂର୍ବାହ୍ନ ପ୍ରାୟ ୧୧ଟା ୪୦ମିନିଟରେ ସ୍ୱାଭାବିକ ଭାବେ ଲାପଟପରେ କାମ କରୁଥିଲେ। ସେ କାର୍ଯ୍ୟାଳୟରେ ସହ କର୍ମଚାରୀମାନେ ମଧ୍ୟ ତାଙ୍କ ସହ କାମ କରୁଥିଲେ।

କଂଗ୍ରେସକୁ ବିଜେପିର ଟାର୍ଗେଟ – ସମ୍ବିଧାନ ପ୍ରତି ପ୍ରକୃତ ସମ୍ମାନ ରହିବା ଦରକାର

କାମ କରିବା ଭିତରେ ସେ ନିଜ ଚେୟାରରେ ପଛକୁ ଆଉଜି ପଡି ଛାତିକୁ ଧରିବା ସହ ଯନ୍ତ୍ରଣାରେ ଉପରକୁ ମୁହଁ କରି ଦେଇଥିଲେ। ତାଙ୍କ ଖରାପ ଅବସ୍ଥା ଦେଖି ତାଙ୍କ ସହକର୍ମୀମାନେ ତାଙ୍କ ମୁହଁରେ ପାଣି ସିଞ୍ଚନ କରି ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ବହୁ ଚେଷ୍ଟା ସତ୍ତ୍ୱେ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଆଇଫୋନ୍ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ ନିଯୁକ୍ତି ମନା, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ସୂଚନା ଅନୁଯାୟୀ, ବ୍ୟାଙ୍କ କର୍ମଚାରୀମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ବହୁତ ବିଳମ୍ବ ହୋଇଯାଇଥିଲା।

Comments are closed.